କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା:-କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କ ଦେହାନ୍ତ। ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ଅନାମଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ଗତ ସପ୍ତାହେ ହେଲା ସେ ଅସୁସ୍ଥ ଥିଲେ।

କେନ୍ଦ୍ରାପଡ଼ା ଶାନ୍ତ ସାହି ସ୍ଥିତ ନିଜ ସରକାରୀ ବାସ ଭବନରେ ରହି ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ହସ୍ପିଟାଲ ନେବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା । ଅନାମ ବନ୍ଧୁଙ୍କ ମରଶରୀରକୁ ତାଙ୍କ ଗାଁ ସୋବଳାକୁ ନିଆଯିବା ସହ ତାଙ୍କ କର୍ମ କ୍ଷେତ୍ର କେନ୍ଦ୍ରାପଡ଼ା ବ୍ଲକ୍ ପରିସରକୁ ନିଆଯିବ। କେନ୍ଦ୍ରାପଡ଼ା ଜିଲ୍ଲାର ସେ ଜଣେ ଯୁବ ନେତା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ବିଜୁ ଜନତା ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଅନାମ ବନ୍ଧୁଙ୍କ ବିୟୋଗରେ ସମଗ୍ର ଜିଲ୍ଳାରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *