ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଭୁବନେଶ୍ୱର:-ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା। ତ୍ୱଷ୍ଟା ନାମରେ ସେ ବିଦିତ।ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ବିଭୂଷିତ । ସେ ମହାଜ୍ଞାନୀ, କିଶୋର ପରି ପ୍ରତିଭାତ। ଅତ୍ୟନ୍ତ ସୁନ୍ଦର,ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ଚତୁର୍ଭୁଜ ବିଶ୍ୱକର୍ମାଙ୍କ ଜନ୍ମ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରିଥିଲେ। ସେ ସକଳ ଶିଳ୍ପକଳାର ଜନକ। ସ୍ୱର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ।

ଦେବତାମାନଙ୍କର ସମସ୍ତ ଶସ୍ତ୍ର, ବିମାନ ଆଦି ଏହାଙ୍କ ଦ୍ୱାରା ନିର୍ମିତ। ବଢ଼େଇ, ନିର୍ମାତା ଓ କାରିଗରମାନେ ନିଜ ନିଜ ଘରେ ବିଶ୍ୱକର୍ମାଙ୍କୁ ଏ ଅବସରରେ ପୂଜା କରନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ଶୁଦ୍ଧପୁତ କରି ଏହି ଦିନ ପୂଜା କରାଯାଏ ।

ସେଥିପାଇଁ ବିଶ୍ୱକର୍ମା ପୂଜା ଉପଲକ୍ଷେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ । ଶିଳ୍ପପ୍ରଧାନ ଅଞ୍ଚଳ ଯଥା ନାଲକୋନଗର, ହୀରାକୁଦ, ପାରାଦ୍ୱୀପ ଓ ରାଉରକେଲା ଆଦି ସହର ତଥା ଓଡ଼ିଶାର ସର୍ବତ୍ର ପ୍ରତ୍ୟେକ ଶିଳ୍ପାନୁଷ୍ଠାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଏ।

Leave a Reply

Your email address will not be published. Required fields are marked *