ରାତିରେ ଗାଁ ଦାଣ୍ଡରେ ବୁଲୁଛି ଭାଲୁ, ଲୋକେ ଆତଙ୍କିତ

ନୀଳଗିରି :- ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ୧୨ ନମ୍ବର ୱାର୍ଡରେ ରାତିରେ ଗାଁ ଦାଣ୍ଡରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ପୁହୁଣୀ ରାସ୍ତା ରାଇଗାଁ ଅଞ୍ଚଳରେ ଏଭକି ଘଟଣା ଦେଖିବାକୁ ମିଳିଛି ।

ଭାଲୁ ପାଖ ସ୍ଵର୍ଣ୍ଣଚୁଡ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥାନ୍ତି । ତେବେ ଗୋଟିଏ ବଡ ଭାଲୁ ରାଇଗାଁ ଗାଁ ରାସ୍ତାରେ ବୁଲୁଥିବା ବେଳେ ବାହାରୁ ଆସୁଥିବା ଲୋକେ ଦୀର୍ଘ ସମୟ ଧରି ଭୟରେ ଗାଁ ଭିତରକୁ ଯାଇ ପାରିନଥିଲେ । ଭାଲୁଟି ବେଶ୍ କିଛି ସମୟ ଧରି ରାସ୍ତା ଉପରେ ରହିଥିଲା । ଏଭଳି ଚିତ୍ର ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *