ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ : ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର୍

ଭୁବନେଶ୍ୱର:-ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି  ବା NTA ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଦେଶର ୨୪ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ସ୍କୋର କରିଛନ୍ତି ।

ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାର ସର୍ବାଧିକ ୮ଜଣ ଥିବା ବେଳେ ଦିଲ୍ଲୀର ୫ ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ ଜଣ, ହରିୟାଣାର ୨ଜଣ ଏବଂ ଗୁଜରାଟ ଓ ମହାରାଷ୍ଟ୍ରର ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି ।  ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି । ସେ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି । ଓଡ଼ିଶାରୁ ୨୭ ହଜାର ଛାତ୍ରଛାତ୍ରୀ ରାଙ୍କ ହାସଲ କରିଥିବା NTA ପକ୍ଷରୁ କୁହାଯାଇଛି ।

ଏହି ପରୀକ୍ଷା ଫଳ ଆଧାରରେ ଓଡ଼ିଶାରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖା ହେବ । ବହୁ ବାଦବିବାଦ ପରେ  ସେପ୍ଟେମ୍ବର ୧ ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା । ତେବେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଚଳିତ ମାସ ୨୭ ତାରିଖରେ ହେବ । ପରୀକ୍ଷାର୍ଥୀଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।

Leave a Reply

Your email address will not be published. Required fields are marked *