ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ନିସ୍ତୁକ ମାଡ, ୬ ଜଣ ଗିରଫ

ମୁମ୍ବାଇ:-ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ମୁମ୍ବାଇରେ ଆକ୍ରମଣ। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିସାରିଛି। ଏହା ପୂର୍ବରୁ ସମତା ନଗର ପୋଲିସ ଶିବସେନାର ଦୁଇ କର୍ମୀଙ୍କୁ ଗିରଫ କରିଥିଲା। ଗିରଫ କରାଯାଇଥିବା ଲୋକଙ୍କ ଭିତରେ ଜଣେ ଶିବସେନା ଶାଖା ମୁଖ୍ୟ କମଳେଶ କଦମ ରହିଛନ୍ତି।

କମଲେଶ କଦମଙ୍କ ବ୍ୟତୀତ ଶିବସେନାର ଅନ୍ୟକର୍ମୀ ସଞ୍ଜୟ ମାଞ୍ଜରେଙ୍କର ନାଁ ମଧ୍ୟ ରହିଛି। ନୌସେନାର ପୂର୍ବତନ ଅଧିକାରୀ ମଦନ ଶର୍ମା ଘଟଣା କହିଛନ୍ତି, ୮-୧୦ ଜଣ ବ୍ୟକ୍ତି ଆଜି ମୋ ଉପରେ ଆକ୍ରମଣ କରି ମାଡ ମାରିଥିଲେ। ଏହା ପୂର୍ବରୁ ମୋତେ ଏକ ବାର୍ତ୍ତା ପାଇଁ ଧମକପୂର୍ଣ୍ଣ ଫୋନ୍ କଲ ଆସୁଥିଲା, ଯାହାକୁ ମୁଁ ଫରଓ୍ବାର୍ଡ କରିଥିଲି। ମୁଁ ନିଜର ସାରା ଜୀବନ ଦେଶର କାମରେ ଲଗାଇ ଦେଲି। ଏଭଳି ସରକାରର ଅସ୍ତିତ୍ବ ନରହିବା ଦରକାର।’ଶିବସେନା କର୍ମୀ ପୂର୍ବତନ ନୌସେନା ଅଧିକାରୀଙ୍କୁ  ମାଡ ମାରୁଥିବା ସମୟର ଏକ ଭିଡିଓ​‌ ସାମନାକୁ ଆସିଛି। ଏହି ଭିଡିଓରେ ଶିବସେନାର କର୍ମୀ ମଦନଙ୍କୁ ଟାଣି ଘୋସାରି ତାଙ୍କ ଘରୁ ବାହା କରିବା ପରେ ନିସ୍ତୁକ ମାଡ ମାରିଥିଲେ। କୁହାଯାଉଛି ଯେ, ଶିବସେନାର କର୍ମୀ ଏହି କଥାରେ ଅସନ୍ତୁଷ୍ଟ ଥିଲେ ଯେ, ପୂର୍ବତନ ନୌସେନା ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏଭଳି ଏକ ଫଟୋ ହ୍ବାଟସଆପରେ ଫରଓ୍ବାର୍ଡ କରିଥିଲେ, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା ଓ ଏହି କଥା ଜାଣିବା ପରେ ଶିବସେନାର କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ।

Leave a Reply

Your email address will not be published. Required fields are marked *