ଅଭିନେତା ଆଫତାବ ଶିବଦଶାନି କରୋନା ପଜିଟିଭ୍
ମୁମ୍ବାଇ:-ବଲିଉଡ ଅଭିନେତା ଆଫତାବ ଶିବଦଶାନିଙ୍କୁ କରୋନା। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଏନେଇ ଆଫତାବ ନିଜେ ଟ୍ବିଟ୍ କରି କହିଛନ୍ତି ଯେ ତାଙ୍କ ଶରୀରରେ କରୋନାର ଲକ୍ଷଣ ଦେଖାଯିବାରୁ ସେ ପରୀକ୍ଷା କରାଇଥିଲେ ଏବଂ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।ଆଫତାବ ନିଜ ଟ୍ବିଟରେ ଲେଖିଛନ୍ତି ଯେ, ‘ଆଶା କରୁଛି ଆପଣ ସମସ୍ତେ ଠିକ୍ ଥିବେ ଏବଂ ନିଜ ଧ୍ୟାନ ନେଉଥିବ। ନିକଟରେ ଆଫତାବଙ୍କ ଠାରେ ଶୁଖିଲା କାଶ ଏବଂ ହାଲୁକା ଜ୍ବର ଭଳି ଲକ୍ଷଣ ନଜର ଆସିଥିଲା। ସେ ନିଜର କୋଭିଡ ଟେଷ୍ଟ କରାଇଥିଲେ।। ତାଙ୍କ ରିପୋର୍ଟ ପଜିଟିଭ ଆସିଛି ଏବଂ ଡାକ୍ତର ତାଙ୍କୁ ଘରେ କ୍ବାରେଣ୍ଟାଇନ ରହିବାକୁ ପରାମର୍ଶ ଦେଇଛନ୍ତି।ଆଫତାବ ଆହୁରି ଲେଖିଛନ୍ତି ଯେ, ଯେଉଁମାନେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅନୁରୋଧ କରିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ଆପଣଙ୍କ ସମର୍ଥନ ଏବଂ ପ୍ରାର୍ଥନା ଯୋଗୁଁ ମୁଁ ଶୀଘ୍ର ଭଲ ହୋଇଯିବି ବୋଲି ଆଫତାବ କହିଛନ୍ତି।