ଅରୁଣାଚଳପ୍ରଦେଶରୁ ଅପହୃତ ୫ ଜଣଙ୍କୁ ଶନିବାର ଭାରତକୁ ପ୍ରତ୍ୟର୍ପଣ କରିପାରେ ଚୀନ ସେନା

ନୂଆଦିଲ୍ଲୀ:-ବହୁ ବାଦ ବିବାଦ ପରେ ମାନିଲା ଚୀନ୍। ଆସନ୍ତାକାଲି(ଶନିବାର) ଅପହରଣ କରିଥିବା ଭାରତୀୟଙ୍କୁ ଭାରତ ଫେରାଇବ। ଅରୁଣାଚଳପ୍ରଦେଶର ଅପହୃତ ୫ ବ୍ୟକ୍ତିଙ୍କୁ ପିପୁଲ୍ସ ଲିବରେସନ୍ ଆର୍ମୀ(ପିଏଲ୍ଏ) ଭାରତକୁ ପ୍ରତ୍ୟର୍ପଣ କରିପାରେ ବୋଲି ସୂଚନା ମିଳିଛି ।

ଚୀନ ସେନା ଦ୍ବାରା ଅରୁଣାଚଳପ୍ରଦେଶ ୫ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ସେମାନେ ହେଉଛନ୍ତି ଟୋଚ୍ ସିଙ୍ଗକମ୍‌, ପ୍ରସାଦ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଇବିଆ, ତନୁ ବେକର ଓ ନାର୍ଗୁ ଡୋରି।

ଅରୁଣାଚଳପ୍ରଦେଶରୁ ନିଖୋଜ ଥିବା ୫  ବ୍ୟକ୍ତି ଚୀନରେ ଥିବା ନେଇ ଚୀନ ସେନା ପ୍ରକାଶ କରିଛି । ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ୍‌ କରି ସୂଚନା ଦେଇଥିଲେ ଯେ, ଭାରତୀୟ ସେନା ଦ୍ବାରା ପଠାଯାଇଥିବା ସନ୍ଦେଶର ଜବାବ ଦେଇଛି ପିଏଲଏ ।

ନିଖୋଜ ଥିବା ୫ ବ୍ୟକ୍ତି ସେମାନଙ୍କ ପାଖରେ ଥିବା କହିଛି ପିଏଲଏ । ପୁଣି ଆଜି ଟ୍ବିଟ୍‌ କରି ରିଜିଜୁ ସୂଚନା ଦେଇଛନ୍ତି, ଶନିବାର କୌଣସି ସମୟରେ ପିଏଲଏ ୫ ବ୍ୟକ୍ତିଙ୍କୁ ଭାରତ ପ୍ରତ୍ୟର୍ପଣ କରିପାରେ ।

Leave a Reply

Your email address will not be published. Required fields are marked *