ମହାରାଷ୍ଟ୍ର ବିଧାନ ପରିଷଦରେ ଅର୍ଣ୍ଣବ ଗୋସ୍ୱାମୀ ଏବଂ କଙ୍ଗନାଙ୍କ ବିରୋଧରେ ପ୍ରସ୍ତାବ ଗୃହୀତ,

ମୁମ୍ବାଇ,:-ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ କଙ୍ଗନା ରଣାଓ୍ୱତଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତକାର ପାଇଁ ଚ୍ୟାଲେଞ୍ଜ୍ ଦେଇଥିବା ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ମହାରାଷ୍ଟ୍ର ବିଧାନ ପରିଷଦର ଅଧ୍ୟକ୍ଷ ରାମରାଜେ ନାଇକ ବିଶେଷାଧିକାର ହନନ ବା ମର୍ଯ୍ୟାଦା ହାନି ପ୍ରସ୍ତାବ ସ୍ୱୀକାର କରିଛନ୍ତି ।

ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଉଦ୍ଧବ ଠାକରେଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଲଗାଇଛି ଶିବସେନା । ଏହାସହ କଙ୍ଗନା ରଣାଓ୍ୱତଙ୍କ ବିରୋଧରେ କଂଗ୍ରେସ ବିଧାୟକ ଅଶୋକ ଜଗତାପ ବିଶେଷାଧିକାର ହନନ ପ୍ରସ୍ତାବ ଆଗତ କରିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ କଙ୍ଗନା ରଣାଓ୍ୱତ ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ । ଏନେଇ ସେ ଟ୍ୱିଟରରେ ଶିବସେନା ମୁଖପାତ୍ର ସଞ୍ଜୟ ରାଓ୍ୱତଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ସେହିପରି ଅର୍ଣ୍ଣବ ଗୋସ୍ୱାମୀ ଟିଭି ପ୍ରୋଗ୍ରାମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତକାର ଦେବାକୁ ଖୋଲା ଚ୍ୟାଲେଞ୍ଜ୍ କରିଥିଲେ ।

Leave a Reply

Your email address will not be published. Required fields are marked *