୨୫ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ଓଗାଳିଲେ ରିୟା: ଅଧିକ ପଚରାଉଚୁରା ପାଇଁ ଡୋଜିୟର୍ ପ୍ରସ୍ତୁତ କଲା ଏନ୍ସିବି
ମୁମ୍ବାଇ:-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଦୃଗ୍ସ ଏଙ୍ଗଲକୁ ନେଇ ଯାଞ୍ଚ କରୁଥିବା ନାର୍କୋଟିକ୍ସ ବ୍ୟୁରୋ ବିଭାଗର ଟିମ ନିଜର ଡୋଜିୟର ପ୍ରସ୍ତୁତ କରିଛି | ଏଥିରେ ପ୍ରାୟ ୨୫ ବଲିଉଡ ସେଲିବ୍ରିଟିଙ୍କ ନାଁ ସାମିଲ ଅଛି | ରିୟା ଚକ୍ରବର୍ତୀଙ୍କ ଠାରୁ ମିଳିଥିବା ଏକ ଇଲେକ୍ଟ୍ରୋନିକ ଡିଭାଇସରୁ ଏମାନଙ୍କ ନାଁ ଖୁଲାସା ହୋଇଛି | ଏନସିବି ଏହି ଡୋଜିୟରରେ କର୍ଟେଲ ଏ, କର୍ଟେଲ ବି, କର୍ଟେଲ ସି ଶ୍ରେଣୀରେ ବଲିଉଡ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି | ଏନସିବି ସମ୍ମୁଖରେ କିଛି ସେଲିବ୍ରିଟିଙ୍କ ଖୁଲାସା ସୋଭିକ ଚକ୍ରବର୍ତୀ ଓ ରିୟା ଚକ୍ରବର୍ତୀ କରିଥିଲେ |
ସୂତ୍ର ଅନୁଯାୟୀ, ଏନସିବି ଡ୍ରଗ୍ସ ପେଡଲର ଠାରୁ ଯେଉଁ ଇଲେକ୍ଟ୍ରୋନିକ୍ସ ଡିଭାଇସ ଜବତ କରିଥିଲା ସେଥିରୁ ଅନେକ ବଲିଉଡ କନେକ୍ସନ ସାମ୍ନାକୁ ଆସିଛି | ଏହାପରେ ଏନସିବି ଏସଆଇଟି ଟିମ ଡୋଜିୟର ପ୍ରସ୍ତୁତ କରିଥିଲା | ଏନସିବି ଖୁବ ଶୀଘ୍ର ଏମାନଙ୍କୁ ସମନ ପଠାଇବ ଏବଂ ପଚରାଉଚୁରା ପାଇଁ ଡାକିବ | ବର୍ତ୍ତମାନ ଏହି ତାଲିକା ଏନସିବିର ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି |
ରିୟା ଆଉ ଏକ ବିସ୍ଫୋରକ ବୟାନ ମଧ୍ୟ ଦେଇଛନ୍ତି | ଏନସିବି ସମ୍ମୁଖରେ ରିୟା କହିଛନ୍ତି ଯେ ସୁଶାନ୍ତ ସିଂହଙ୍କ ଫିଲ୍ମ ସେଟରେ ଡ୍ରଗ୍ସ ବ୍ୟବହାର କରାଯାଉଥିଲା | ଏହାସହ ରିୟା ଏନସିବିକୁ ସେହି ପାର୍ଟିର ନାଁ ମଧ୍ୟ ଦେଇଛନ୍ତି ଯେଉଁଠାରୁ ଡ୍ରଗ୍ସ ଅଣାଯାଉଥିଲା |