ଗଞ୍ଜାମରେ କମୁଛି କରୋନା ସଂକ୍ରମଣ : ୩ ଲକ୍ଷରୁ ଅଧିକ ଟେଷ୍ଟିଂ

ବ୍ରହ୍ମପୁର:- ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଧୀରେ ଧୀରେ ସୁଧୁରୁଛି । ଲଗାତାର କିଛି ଦିନ ହେଲା ଜିଲ୍ଲାରେ କରୋନା ଗ୍ରାଫ୍‌ ତଳମୁହାଁ ରହିଛି । ଯାହାଫଳରେ କି ସଂକ୍ରମଣ ତାଲିକାରେ ଦିନ ଟପ୍‌ରେ ଥିବା ଗଞ୍ଜାମ ଜିଲ୍ଲାରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଏହିପ୍ରରିପେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାରେ ୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୮୧୨ରେ ପହଞ୍ଚିଛି ।

ସେହିପରି ଜିଲ୍ଲାରେ ୭୭୭ଟି ଆକ୍ଟିଭ୍‌ କେସ୍‌ ଥିବା ବେଳେ ୧୭ହଜାର ୮୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ମୋଟ ୨୦୯ଜଣ କରୋନାରେ ମୃତ୍ୟୁ ହୋଇସାରିଛି। ଗତ ୪ତାରିଖରେ ଦିନ ଗଞ୍ଜାମରେ ୯୭ଜଣ, ୭ତାରିଖରେ ୯୧ଜଣ, ୮ତାରିଖରେ ୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୨ହଜାର ୪୩୪ଜଣଙ୍କ କରୋନା ଟେଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *