ବଣୁଆ ମାଙ୍କଡ଼ଙ୍କ ଉତ୍ପାତ : ଆକ୍ରମଣରେ ୪ଜଣ ଗୁରୁତର,

ସାଲେପୁର:– ସାଲେପୁର ଅଞ୍ଚଳରେ ମାଙ୍କଡ଼ ଆତଙ୍କ ଘେଳାଇଛି । ମାଙ୍କଡ଼ ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ସାଲେପୁର ଥାନା ସଉରୀ ପଞ୍ଚାୟତ ଶାରଦା ଗାଁରେ ଘଟିଛି ଘଟଣା ।

ଗତକିଛି ଦିନେ ହେଲା କିଛି ବଣୁଆ ମାଙ୍କଡ଼ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।ଯାହାକି ସ୍ଥାନୀୟ ଲୋକ ଓ ବନବିଭାଗ ପାଇଁ ମୁଣ୍ଡ ବ୍ୟଥାରେ କାରଣ ପାଲଟିଛି । ଏହିପ୍ରରିପେକ୍ଷୀରେ ଆଜି ମାଙ୍କଡ଼ ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପ୍ରଥମେ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା , ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବଣୁଆ ମାଙ୍କଡ଼ମାନଙ୍କୁ ଧାରିବା ପାଇଁ ବନବିଭାଗକୁ ଖବର ଦେବା ସହ ସ୍ଥାନୀୟ ପ୍ରଶାସନକୁ ଅଵଗତ କରାଯାଇଅଛି। ଘଟଣା ସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି।

Leave a Reply

Your email address will not be published. Required fields are marked *