ରିୟାଙ୍କ ଓ ଶୌଭିକଙ୍କ ଅଡୁଆ ବଢିଲା, ଡ୍ରଗ୍ସ ଯୋଗାଉଥିବା ୨ ବ୍ୟକ୍ତିଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ:-ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ(ଏନସିବି) ବୁଧବାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଡ୍ରଗ୍ସ ସପ୍ଲାଇ କରିବା ଅଭିଯୋଗରେ ମୁମ୍ବାଇରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ମିରାଣ୍ଡା ଏହି ଡ୍ରଗ୍ସକୁ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କ ପାଖକୁ ପଠାଉଥିଲେ। ବାନ୍ଦ୍ରାରୁ ଅବଦୁଲ ବାସିତ ପରିହାର ଓ ଅନ୍ଧେରୀରୁ ଜୈନ୍ଦ ବିଲାତ୍ରାଙ୍କୁ ସୌଭିକ୍ ଓ ମିରାଣ୍ଡାଙ୍କ ଭିତରେ କିଛି ଘଣ୍ଟାର ଚାଟକୁ ଆଧାର କରି ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିଛି।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଦୁହିଁଙ୍କୁ ପଚରାଉଚରା କରିବାକୁ ଚାହେଁ। ଏହା ଜାଣିବା ପାଇଁ ଯେ ଡ୍ରଗ୍ସ କାହା ପାଇଁ ଅଣାଯାଉଥିଲା। ଏନସିବି ଦ୍ବାରା ଏହି ମାମଲାରେ ମିରାଣ୍ଡା ଓ ସୌଭିକଙ୍କୁ ପଚରାଉଚରା କରିବାର ସମ୍ଭାବନା ରହିଛି। ଏନସିବି ଏହା ପୂର୍ବରୁ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା, ଯାହାକି ବଲିଉଡ ପାର୍ଟିକୁ ଭାଙ୍ଗ ଯୋଗାଉଥିଲେ। ତେବେ ଏହି ଦୁଇଜଣଙ୍କୁ ଜାମିନ୍ ମିଳିଯାଇଛି। ରିୟାଙ୍କ ପାଖରୁ କୌଣସି ପ୍ରକାର ଡ୍ରଗ୍ସ ମିଳିନଥିଲା। କିନ୍ତୁ ଏନସିବି ଲୋକାଲ ନେଟଓ୍ବର୍କ ଜରିଆରେ ଏହା ଜାଣିବାକୁ ଚେଷ୍ଟା କରୁଛି,  ଅଭିନେତ୍ରୀଙ୍କ କୌଣସି ଲିଙ୍କ ଅଛି କି ନାହିଁ।

ଏହା ପୂର୍ବରୁ ଏନସିବି କିଛି ଲିକ୍ କରି ହ୍ବାଟସଆପ୍ ଚାଟ୍ ଆଧାରରେ ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହା ପୂର୍ବରୁ ମନି ଲଣ୍ଡରିଂ ଓ ଡ୍ରଗ୍ସ ମାମଲାରେ ହୋଟେଲ ମାଲିକ ଗୌରବ ଆର୍ଯ୍ୟା ମଙ୍ଗଳବାର ବୟାନ ଦେବା ପାଇଁ ଇଡି ଅଫିସରେ ପହଁଞ୍ଚିଥିଲେ। ଇଡି ସୋମବାର ଦକ୍ଷିଣ ମୁମ୍ବାଇରେ ବଲାର୍ଡ ଇଷ୍ଟେଟ୍ ସ୍ଥିତ ନିଜର କାର୍ଯ୍ୟାଳୟରେ ତାଙ୍କୁ ୮ ଘଣ୍ଟା ପଚାରା ଉଚରା କରିଥିଲା।

Leave a Reply

Your email address will not be published. Required fields are marked *