ୟୁନିଫର୍ମ ପିନ୍ଧି ମଦ ପିଇ ସଜା ପାଇଲେ ପୋଲିସ ବାବୁ, ଫଟୋ ଭାଇରାଲ ପରେ ହେଲେ ନିଲମ୍ବିତ
ସମସ୍ତିପୁର:- ବିହାରରେ ମଦକୁ ବନ୍ଦ କରାଯାଇଛି| କିନ୍ତୁ ମଦ ବନ୍ଦ କରିବାକୁ ସରକାର ଯାହାକୁ ଦାୟିତ୍ୱ ଦେଇଛନ୍ତି ସେ ହିଁ ଖୋଲାଖୋଲି ଏହାକୁ ଉଲଙ୍ଘନ କରୁଛନ୍ତି | ବିହାର ସମସ୍ତିପୁର ଅଞ୍ଚଳରେ ଏହିଭଳି ଏକା ମାମଲା ସାମ୍ନାକୁ ଆସିଛି | ଥାନାରେ ନିୟୋଜିତ ଜଣେ କନେଷ୍ଟବଳ ୟୁନିଫର୍ମରେ ମଦ ପିଉଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | କନେଷ୍ଟବଳଙ୍କ ମଦ ପିଇବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି | କନେଷ୍ଟବଳଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ସସ୍ପେଣ୍ଡ କରାଯାଇଛି |
ଏହି ମାମଲାରେ ସମସ୍ତିପୁର ଏସପି ବିକାଶ ବର୍ମନ କହିଛନ୍ତି ଯେ ମାମଲା ସାମ୍ନାକୁ ଆସିବା ପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉକ୍ତ କନେଷ୍ଟବଳଙ୍କୁ ସସ୍ପେଣ୍ଡ କରାଯାଇଛି | ଏହାସହ ଏସଡ଼ିପିଓଙ୍କୁ ମାମଲାର ତଦନ୍ତ ନିର୍ଦେଶ ଦିଆଯାଇଛି |
ଏହା ପ୍ରଥମ ମାମଲା ନୁହେଁ ଯେଉଁଠି ମଦ ଉପରେ ଆଇନ ଲାଗୁ ହେବା ସତ୍ୱେ ଏହିଭଳି ମାମଲା ସାମ୍ନାକୁ ଆସିଥାଏ | ଅଧିକାଂଶ ସମୟରେ ନିୟମ ପାଳନ କରାଇବା ଲୋକେ ହିଁ ନିୟମ ଉଲଙ୍ଘନ କରିଥିବା ଦେଖିବାକୁ ମିଳିଥାଏ |