ଆମାଜନ୍ ଆକାଶରୁ ଖାଦ୍ୟ ଡେଲିଭରି କରିବ,ଆମାଜନକୁ ମିଳିଲା ଟ୍ରମ୍ପଙ୍କ ଅନୁମତି

ନୂଆଦିଲ୍ଲୀ:- ବିଶ୍ବର ନମ୍ବର ଓ୍ବାନ୍ ଇ-କମର୍ସ କମ୍ପାନି ଆମାଜନ୍ ଆକାଶରୁ ଖାଦ୍ୟ ଡେଲିଭରି କରିବ। ଅର୍ଥାତ୍ ଡ୍ରୋନ୍ ଜରିଆରେ ଲୋକଙ୍କ ଦୁଆର ମୁହଁରେ ଜିନିଷ ପହଞ୍ଚାଇବ ଅାମାଜନ୍। କମ୍ପାନି ଏହାକୁ ନେଇ ଦୀର୍ଘ ଦିନ ହେବ କାମ କରି ଆସୁଥିଲା। ଏବେ ଆମେରିକା ସରକାର ଦେଇଛ୍ତି ଅନୁମତି। ଆମାଜନ ପ୍ରାଇମ୍ ଏୟାରକୁ ଏଭିଏସନ୍ ଆଡମିନିଷ୍ଟେ୍ରସନ ‘ଏୟାର୍ କ୍ୟାରିୟର’ ନାମରେ ନାମିତ କରିଛି। ଗତ ବର୍ଷ ପରୀକ୍ଷଣ କାର୍ଯ୍ୟକ୍ରମ ଜରିଆରେ ଆମାଜନ ଡ୍ରୋନ୍ ଡେଳିଭରି ଅନାବରଣ କରିଥିଲା। । ତେବେ ଡ୍ରୋନ୍ ଡେଲିଭରିକୁ ଅନୁମୋଦନ ଦେଇଛି ଏଫ୍ଏଫଏ। ଆମାଜନର ଏ ସୁବିଧା ପ୍ରଥମେ ଆମେରିକାବାସୀ ପାଇବେ। ଆମେରିକାରେ କମ୍ପାନି ଗ୍ରାହକଙ୍କ ପାଖରେ ଡ୍ରୋନ ଜରିଆରେ ସେବା ଯୋଗାଇବ।

ଏଫ୍ଏଫଏ ପୃଥିବୀର କୋଣ ଅନୁକୋଣରେ ଗ୍ରାହକଙ୍କ ପାଖରେ ଏହା ଜରିଆରେ ଗୋଟିଏ ଦିନରେ ଖାଦ୍ୟ ପହଞ୍ଚିବ ବୋଲି ଆଶାବାଦୀ ଅଛି। ଆମାଜନ ତାର ନିଜସ୍ବ ଡେଲିଭରି ଆରମ୍ଭ କରିଛି। ଏଫ୍ଏଫଏ ସାର୍ଟିଫିକେଟ୍ ପାଇଁ କମ୍ପାନିକୁ ପାଇଲଟ୍ ଟ୍ରେନିଂ କାର୍ଯ୍ୟକ୍ରମ ତଥା ଡ୍ରଗ ଟେଷ୍ଟର ସମସ୍ତ ତଥ୍ୟ ଦେବାକୁ ହେବ। ଗତବର୍ଷ ଏମ୍କେ-୨୭ ନାଁରେ ଫ୍ୟାମିଲି ଡ୍ରୋନ୍ର ଅନାବରଣ କରିଥିଲା କମ୍ପାନି।

Leave a Reply

Your email address will not be published. Required fields are marked *