ଭୁବନେଶ୍ୱରରେ ହେବ ନିରାଡମ୍ବର ଦୁର୍ଗା ପୂଜା,ଦୁଆର ଦୁଆର ବୁଲି ଆଦାୟ ହେବନି ଚାନ୍ଦା

ଭୁବନେଶ୍ୱର:-ମହାମାରୀ କରୋନା ଯୋଗୁଁ ଏଥର କଟକଣା ଯୁକ୍ତି ପୂଜା ପାଇଁ ନିଷ୍ପତି ହୋଇଛି । ବିନା ତୋରଣ ଓ ବିନା ସାଜସଜାରେ କେବଳ ମଣ୍ଡପରେ ମାଆ ଦୁର୍ଗତୀନାସିନ ଦୁର୍ଗାଙ୍କ ପୂଜା କରାଯିବ । ମଣ୍ଡପରେ ୧୦ରୁ ଅଧିକ ପୂଜା କମିଟି ସଦସ୍ୟ ସାମିଲ ହୋଇ ପାରିବେ ନାହିଁ । କି ଭକ୍ତମାନେ ମାଆଙ୍କୁ ପୂଜା କରିବା ପାଇଁ ମଣ୍ଡପକୁ ଆସି ପାରିବେ ନାହିଁ ଭକ୍ତ । ତେବେ ପରମ୍ପରା ରକ୍ଷା ପାଇଁ ରାଜଧାନୀର ବିଭିନ୍ନ ମଣ୍ଡପରେ ନିରାଡମ୍ବର ଭାବେ ଦୂର୍ଗା ପୂଜା କରାଯିବ । ୯୦ ପ୍ରତିଶତରୁ କମ୍‌ ଖର୍ଚ୍ଚ କରାଯବ । ଦୁଆର ଦୁଆର ବୁଲି ଚାନ୍ଦା ଆଦାୟ କରାଯିବ ନାହିଁ ବୋଲି ମୋଟ  ୧୮୪ପୂଜା କମିଟି ଭୁବନେଶ୍ୱର ଭସାଣି ସମିତିର ସମ୍ପାଦକ  ଦିଲ୍ଲୀପ ମହାନ୍ତି ଏହି ସୂଚନା ଦେଇଛନ୍ତି ।ଏନେଇ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହାସହ ଚଳିତ ବର୍ଷ ରାବଣ ପୋଡି ହେବ ନାହିଁ । କି ଆଡମ୍ବର ପୂର୍ଣ୍ଣ ଭସାଣୀ ଉତ୍ସବ କରାଯିବ ନାହିଁ । ପୂଜା କମିଟି ସଦସ୍ୟ ମାନେ ଚାନ୍ଦା ଆଦାୟ କରି ପାରିବେ ନାହିଁ । ଯାହା ଇଚ୍ଛି ଯେତିକି ହେବ ସେ ସେତିକି ଦେବେ । ବେଶ ବଡ ମୂର୍ତି ତିଆରି କରାଯିବ । ନାହିଁ ୪ରୁ ୫ ଫୁଟ ଉଚ୍ଚର ମୂର୍ତି ତିଆରି କରି ପୂଜା କରାଯିବ । ଆଜି ଭୁବନେଶ୍ୱର ପୂଜା କମିଟି ଓ କମିଶନରେଟ୍ ପୁଲିସ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

୧- ପୂଜାରେ ତୋରଣ ଓ ଆଲୋକାମଳା ଲାଗିବନି, ମାଇକ ବାଜିବନି

୨- କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ବିଚାର କରାଯିବ

୩- ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ

୪- ଘର ଘର ବୁଲି ଚାନ୍ଦା କରାଯିବନି, ସ୍ୱଇଚ୍ଛାରେ ଯିଏ ଯାହା ଦେବେ

୫- ଲୋକ ମଣ୍ଡପକୁ ନଆସି ଘରେ ରହି ପୂଜା ପାଳନ କରିବେ

୬- ମୂର୍ତ୍ତିର ଉଚ୍ଚତା ୪ରୁ  ୫ଫୁଟ ମଧ୍ୟରେ ରହିବ, ନିର୍ଦ୍ଧିଷ୍ଟ ଉଚ୍ଚତା ହେବ

୭- ରାବଣ ପୋଡ଼ି ହେବନାହିଁ କି ଭସାଣ ଉତ୍ସବ କରାଯିବ ନାହିଁ

୮- କେବଳ ମୂର୍ତ୍ତି ବିସର୍ଜନ ଜରାଯିବ

Leave a Reply

Your email address will not be published. Required fields are marked *