ଚଳନ୍ତା AC ବସ୍ରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ
ଆଗ୍ରା:- ଯମୁନା ଏକ୍ସପ୍ରେସ ଓ୍ବେରେ ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏସି ବସରେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି। ଘଟଣା ପରେ ମହିଳା ଏହାର ସୂଚନା ପୋଲିସକୁ ଦେଇଥିଲେ। ପୋଲିସ୍ ମାଣ୍ଟ ଟୋଲରୁ ବସକୁ ଜବତ କରିଛି ଏବଂ ଅଭିଯୁକ୍ତକୁ ଗିରଫ କରିଛି।
ମହିଳା ପୋଲିସକୁ କହିଥିଲେ ଯେ ଦିଲ୍ଲୀର ରୋହିଣୀରେ ସେକ୍ଟର ୨୧ ବାସିନ୍ଦା। ମହିଳା ବିବାହିତା। ଏକ ଏସି ବସ୍ ଲକ୍ଷ୍ନୌରୁ ଦିଲ୍ଲୀକୁ ଶୁକ୍ରବାର ସନ୍ଧ୍ୟାରେ ଯାଉଥିଲା। ଯମୁନା ଏକ୍ସପ୍ରେସ ଓ୍ବେରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ମହିଳା ମାଣ୍ଟ ଥାନାରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତା ବସରୁ ଫୋନରେ ୧୦୦ଡାୟଲ୍ କରି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ମିଳିବା ମାତ୍ରେ ପୋଲିସ୍ ସକ୍ରିୟ ହୋଇଯାଇଥିଲା।
ପୋଲିସ୍ କହିଥିଲା ଯେ ସେମାନେ ବସର ପିଛା କରି ଗାଡ଼ିକୁ ରୋକିଥିଲେ। ପୋଲିସ୍ ବସକୁ ଜବତ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।