ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ଖୋଲିଲା ଆଉ ୨ଟି ଗେଟ୍,

ସମ୍ବଲପୁର:–ଜଳଭଣ୍ଡାରର ଆଉ ଦୁଇଟି ଗେଟ୍ ଖୋଲିଲା । ମୋଟ ୪୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେବାରୁ ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଜଳସ୍ତର ୬୨୬.୮୧ ଫୁଟ ରହିଛି ।

ଏବେ ହୀରକୁଦ ଜଳ ଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୮ ଲକ୍ଷ ୮୩ ହଜାର ୮୫୫ ଘନଫୁଟ ଜଳ । ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୭ ଲକ୍ଷ ୨୫ ହଜାର ୨୬ ଘନଫୁଟ ଜଳ ।

ମୁଣ୍ଡଳିରେ ଧୀରେ ଧୀରେ ବଢୁଛି ଜଳସ୍ତର । ମୁଣ୍ଡଳି ଦେଇ ୯ ଲକ୍ଷ ୧୦ ହଜାର ୮୨୫ ଘନଫୁଟ ଜଳ ପ୍ରବାହିତ ହେଉଛି । ନରାଜ ଦେଇ ୪ ଲକ୍ଷ ୪୮ ହଜାର ୭୩୪ ଘନଫୁଟ ଜଳ ପ୍ରବାହିତ ହେଉଛି । ଯୋବ୍ରା ଦେଇ ପ୍ରବାହିତ ହେଉଛି ୪ ଲକ୍ଷ ୨୩ ହଜାର ୫୧୪ ଘନଫୁଟ ଜଳ ।

Leave a Reply

Your email address will not be published. Required fields are marked *