ନାଲକୋ ଛକରେ ମର୍ମନ୍ତୁଦ ଦୁର୍ଘଟଣା : କାର କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ମୃତ; ୨ ଗୁରୁତର,

ଭୁବନେଶ୍ୱର :-ଅଧରାତିରେ ର୍ମମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ୨ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଦ୍ରୁତଗତିରେ କାର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।ପୁଲିସ ୨ଟି କାର ଜବତ କରିଛି, ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ସିସିଟିଭି ଫୁଟେଜ ଆଧାରରେ ଚନ୍ଦ୍ରଶେଖରପୁର ପୁଲିସ ଛାନଭିନ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *