ପ୍ରଧାନମନ୍ତ୍ରୀ ମୋଦି ସେୟାର କଲେ ମୋଡେରା ସୂର୍ଯ୍ୟମନ୍ଦିର ଭିଡିଓ,

ନୂଆଦିଳ୍ଲୀ:- ଗୁଜରାଟରେ ଗତ କିଛି ଦିନ ଧରି ଲଗାତାର ବର୍ଷା ହେବାରେ ଲାଗିଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଖୁବ୍ ଅସୁବିଧାର ସାମନା କରିବାକୁ ପଡୁଛି। ଏହା ସହିତ ଗୁଜରାଟର ପର୍ଯ୍ୟଟନ ସ୍ଥଳରେ ବର୍ଷା ଭିତରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଗୁଜରାଟର ମୋଡେରା ସୂର୍ଯ୍ୟ ମନ୍ଦିରର ଅଦ୍ଭୁତ ଭିଡିଓ ସେୟାର କରାଯାଇଥିଲା। ଏହି ଭିଡିଓରେ ବର୍ଷା ଭିତରେ ଗୁଜରାଟର ମୋଡେରାର ସୂର୍ଯ୍ୟ ମନ୍ଦିର ଖୁବ୍ ଆକର୍ଷଣୀୟ ଲାଗୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଡେରାର ସୂର୍ଯ୍ୟ ମନ୍ଦିରର ଭିଡିଓ ସେୟାର କରି ଲେଖିଛନ୍ତି, ମୋଡେରାର ପ୍ରତିଷ୍ଠିତ ସୂର୍ଯ୍ୟ ମନ୍ଦିର ବର୍ଷା ଦିନରେ ଖୁବ୍ ସୁନ୍ଦର ଦେଖାଯାଉଛି। ଉଲ୍ଲେଖନୀୟ ଯେ, ଗୁଜରାଟର ମେହସାନା ଜିଲ୍ଲାର ‘ମୋଡେରା’ ଗାଁରେ ମୋଡେରା ସୂର୍ଯ୍ୟ ମନ୍ଦିର ରହିଛି। ଏହାକୁ ସୋଲଙ୍କି ବଂଶର ରାଜା ଭୀମଦେବ ପ୍ରଥମ ୧୦୨୬-୧୦୨୭  ପୁଷ୍ପାବତୀ ନଦୀ କୂଳରେ ତିଆରି କରିଥିଲେ। ମୋଡେରା ସୂର୍ଯ୍ୟ ମନ୍ଦିର ଭାରତରେ ନିଜର ସ୍ଥାପତ୍ୟ ଓ ଶିଳ୍ପ କଳା ପାଇଁ ଜଣାଯାଏ।

ମନ୍ଦିର ପରିସରକୁ ୩ଟି ଭାଗରେ ବଣ୍ଟାଯାଇଛି। ଗୁଢା ମଣ୍ଡପ (ଧର୍ମସ୍ଥଳ), ସଭା ମଣ୍ଡପ, (ସଭା ଭବନ) ଓ କୁଣ୍ଡା(ଜଳାଶୟ) ମନ୍ଦିରକୁ ଏଭଳି ଡିଜାଇନ୍ କରାଯାଇଛି ଯେପରି ବିଷୁବ ସମୟରେ ପ୍ରଥମ ସୂର୍ଯ୍ୟ କିରଣ ସୂର୍ଯ୍ୟ ଦେବତାଙ୍କ ମୁଣ୍ଡରେ ରଖାଯାଇଥିବା ହୀରା ଉପରେ ପଡିଥାଏ। ମନ୍ଦିରର ସଭା ମଣ୍ଡପ ୫୨ଟି ସ୍ତମ୍ଭରେ ରହିଛି, ଯାହାକି ଏକ ବର୍ଷରେ ୫୨ ସପ୍ତାହକୁ ଦର୍ଶାଇଥାଏ। ବାୟୁ, ଜଳ, ଅଗ୍ନି, ପୃଥିବୀ ଓ ଆକାଶ ଏକାଠି ଦେଖିବାକୁ ମିଳୁଥିବାରୁ କାନ୍ଥରେ ସୂର୍ଯ୍ୟଙ୍କ  ଖୋଦେଇ କରାଯାଇଛି। ଏହା ଏକ ହିନ୍ଦୁ ମନ୍ଦିର ଅଟେ, କିନ୍ତୁ ଏବେ ସେଠାରେ କୌଣସି ପୂଜା କରାଯାଉନି।

Leave a Reply

Your email address will not be published. Required fields are marked *