ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କଲା ଭାଲୁ

ନୂଆପଡା:-ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କଲା ଭାଲୁ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୂଆପଡା ଜିଲ୍ଲା ବୋଡେନ ଥାନା ଲର୍କା ଗାଁରେ ଘଟିଛି ଅଭାବନୀୟ ଘଟଣ ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ବୋଡେନ ଥାନା ଲର୍କା ଗାଁରେ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କଲେ ଦୁଇଟି ଭାଲୁ । ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୋଡେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବୃଦ୍ଧା ବୋଡେନ ଥାନା ଲର୍କା ଗାଁର କୁଲାଙ୍ଗ୍ରୀ ତାଣ୍ଡି ।

ଜଙ୍ଗଲ ତଳି ଅଞ୍ଚଳରେ ତାଙ୍କ ଘର ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଭାଲୁ ଘରକୁ ପଶି ଆସିଥିବା ଅନୁମାନ କରାଯାଉଛି । ଘରଲୋକେ ଘଉଡାଇବା ପରେ ଭାଲୁ ପୁଣି ଜଙ୍ଗଲ ମୁହାଁ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *