ଅନୁପ ସାଏ ହସ୍ପିଟାଲରେ ଭର୍ତ୍ତି : ମା-ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ରାୟଗଡ଼  -ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ଜିନ୍ଦଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଉଲ୍ଲେଖନୀୟ ଯେ , ମା- ଝିଅ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ରାୟଗଡ଼ ଜେଲରେ ୭ ମାସରୁ ଉର୍ଦ୍ଧ୍ୱ ସମୟ ଜେଲରେ ଅଛନ୍ତି ଅନୁପ ସାଏ। ଗତ ଫେବ୍ରୁଆରୀ ୧୨ ତାରିଖ ରାତିରେ ଅନୁପ ସାଏଙ୍କୁ ତାଙ୍କ ବଗରାଚକା ବାସଭାବନରୁ ରାୟଗଡ଼ ଜିଲ୍ଲା ଚକ୍ରଧର ନଗର ଥାନା ପୁଲିସ ଉଠାଇ ନେଇଥିଲେ।କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ଜାଣିବା ପରେ  ପୁଲିସ ପ୍ରାୟ ୩ ବର୍ଷ ପରେ ଅନୁପଙ୍କ ନିକଟରେ ପହଞ୍ଚି ଥିଲା।ଏହି ମାମଲାରେ ଅନୁପଙ୍କ ସହ ତାଙ୍କ ଡ୍ରାଇଭର ମଧ୍ୟ ଜେଲରେ ଅଛନ୍ତି । କଳ୍ପନା ଦାଶ ଓ ଝିଅ ବବଲିକୁ ହତ୍ୟା କରି ଗାଡ଼ି ଚଢ଼ାଇ ରାୟଗଡ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ ଅନୁପ ଓ ତାଙ୍କ ସହଯୋଗୀ । ଏନେଇ ରାୟଗଡ଼ ପୁଲିସ ସୂଚନା କହିଥିଲା।

Leave a Reply

Your email address will not be published. Required fields are marked *