ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ: ଛାତି ଯନ୍ତ୍ରଣା ଯୋଗୁଁ ଜିନ୍ଦଲ ହସ୍ପିଟାଲରେ ଭର୍ତ୍ତି,

ରାୟଗଡ଼:-ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ରାୟଗଡ ଜେଲ କର୍ତ୍ତୃପକ୍ଷ।ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ଜିନ୍ଦଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମା-ଝିଅ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ରାୟଗଡ ଜେଲରେ ୭ ମାସରୁ ଉର୍ଦ୍ଧ୍ବ ସମୟରୁ ଜେଲରେ ଅଛନ୍ତି ଅନୁପ ସାଏ।

ଗତ ଫେବ୍ରୁଆରୀ୧୨ ତାରିଖ ରାତିରେ ଅନୁପ ସାଏଙ୍କୁ  ତାଙ୍କ ବଗରାଚକା ବାସଭାବନରୁ ରାୟଗଡ ଜିଲ୍ଲା ଚକ୍ରଧରନଗର ଥାନା ପୋଲିସ ଉଠାଇ ନେଇଥିଲେ। କଳ୍ପନା ଦାଶ ଓ ଝିଅ ବବଲି  ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ଜାଣିବା ପରେ  ପୋଲିସ ପ୍ରାୟ ୩ ବର୍ଷ ପରେ ଅନୁପଙ୍କ ନିକଟରେ ପହଞ୍ଚି ଥିଲା।

ଏହି ମାମଲାରେ ଅନୁପଙ୍କ ସହ ତାଙ୍କ ଡ୍ରାଇଭର ମଧ୍ୟ ଜେଲରେ ଅଛି। କଳ୍ପନା ଦାଶ ଓ ଝିଅ ବବଲିକୁ ହତ୍ୟା କରି ଗାଡି ଚଢାଇ ରାୟଗଡ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ ଅନୁପ ଓ ସହଯୋଗୀ ବୋଲି ରାୟଗଡ ପୋଲିସ କହିଥିଲା।

Leave a Reply

Your email address will not be published. Required fields are marked *