ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ୪ ଜଣିଆ ଲୁଟେରା ଗ୍ୟାଙ୍ଗ୍‌, ରାକେଟ ପଛରେ ଇଂଜିନିୟରିଂ ଛାତ୍ର ସଂପୃକ୍ତ,୧୧ବାଇକ,ଗୋଟିଏ ହାଇଓ୍ୱା ଜବତ

ଭୁବନେଶ୍ୱର:ସ୍ପେଶାଲ ସ୍କ୍ୱାର୍ଡ ହାତରେ ଏକ ବଡ଼ ଲୁଟେରାଗ୍ୟାଙ୍ଗ ଧରା ପଡିଛି। ଏହି ଗ୍ୟାଙ୍ଗ କେବଳ ବାଇକ, ବୁଲେଟ, ଟ୍ରକ ଏବଂ ବସ ଚୋରି କରିନ୍ତି। ଏହାକୁ ଶାଗ ମୁଗ ଦରରେ ବିକ୍ରି କରନ୍ତି। କିଭଳି ବସ ଓ ଟ୍ରକ ଚୋରି କରାଯିବ ସେଥିଲାଗି ଏହା ପଛରେ ଇଂଜିନିୟରିଂ ଛାତ୍ରଙ୍କ ସମ୍ପୃକ୍ତ ରହିଛି। ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ କରୁଥିଲେ ବାଇକ ଲୁଟ୍‌ । ସାଧାରଣ ବାଇକ ନୁହେଁ ଦାମି ଏବଂ ହାଇପ୍ରୋଫାଇଲ ବାଇକ୍‌ କରୁଥିଲେ ଚୋରି । ତେବେ ୪ଜଣ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଏମାନଙ୍କ ଠାରୁ ୧୧ଟି ବାଇକ ସହ ଗୋଟିଏ ହାଇଓ୍ୱା ଜବତ କରିଛି ପୋଲିସ । ୪ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଲୁଟେରା ସହ ୨ ଜଣ ରିସିଭର ଗିରଫ ହୋଇଛନ୍ତି ।  ତେବେ ଦୁଇ ଦିନ ପୂର୍ବରୁ ଭୂବନେଶ୍ୱରରୁ ବସ୍‌ ଚୋରୀ ହୋଇଥିଲା । ଏହି ଗ୍ୟାଙ୍ଗ ପଛରେ ରହିଛି ଇଞ୍ଜିନିୟରିଂ ମୁଣ୍ଡ କାମ କରୁଛି ।ଏମାନେ ଅଧା ଦାମରେ ବାଇକ ବିକ୍ରୀ କରୁଥିଲେ । ତେବେ ପୋଲିସ ଏମାନଙ୍କ ଗ୍ୟାଙ୍ଗର ଅନ୍ୟ ମାନଙ୍କୁ ଧରିବାକୁ ଚେଷ୍ଟା କରୁଛି । ତାଙ୍କ ମୋବାଇଲର କଲ ରେକର୍ଡକୁ ଜାଞ୍ଜ କରିବା ସହ କେତେ ଟଙ୍କାରେ ଏହି ବାଇକକୁ ବିକରି କରନ୍ତି ସେ ନେଇ ମଧ୍ୟ ଜାଞ୍ଚ କରୁଛି । ଏମାନଙ୍କ ଗ୍ରାହ ଅଧିକାଂଶ କେଉଁମାନେ ହୋଇଥାନ୍ତି ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାୟୀ ଇଞ୍ଜିନିୟରିଂ ଛାତ୍ର ଏଥିରେ ସମ୍ପୃକ୍ତ ରହିଛନ୍ତି । ଏମାନଙ୍କର ଗାଡ଼ି ଚୋରୀ କରିବା ଟେକ୍‌ନିକ କିଛି ଅଲଗା ଥିଲା । ଲୁଟେରା ଗ୍ୟାଙ୍ଗ ପ୍ରଥମେ ଗାଡ଼ି ଭଡ଼ା କରି ରାଜ୍ୟର ବିଭିନ୍ନ ସ୍ଥାନ ବୁଲନ୍ତି । ବିଶେଷ କରି ଅନୁଗୁଳ ଗଞ୍ଜାମରେ ଏମାନେ ଏମାନଙ୍କର ଲୁଟେରା କାର୍ଯ୍ୟ ବିସ୍ତାର କରିଥାନ୍ତି । ଏବଂ ଚୋରୀ କରିବାର ସ୍ଥିତି ସୁବିଧା ଦେଖିବା ପରେ ଗାଡ଼ି ଚୋରି କରନ୍ତି । ଜବତ ହୋଇଥିବା ହାଇଓ୍ୱା ଅନୁଗୁଳର ଏକ ଜଙ୍ଗଲରେ ଲୁଚାଇ ରଖିଥିଲେ ଲୁଟେରା । ବାଇକ ଚୋରି କରିବା ପରେ ଏକ ନିଛାଟିଆ ସୁନସାନ ଯାଗାରେ ବାଇକର ଡ଼ିପୋ କରୁଥିଲେ । ଗ୍ରାହକ ଠିକ ହେଲା ପରେ ଏମାନେ ବିକ୍ରି କରୁଥିଲେ ।

Leave a Reply

Your email address will not be published. Required fields are marked *