ଥାନାରେ ଯୋଗ ଦେବା ପରେ ଶରତଙ୍କୁ ବଡ଼ ସଫଳତା, ବୋମା ମାଡ଼ ଓ ହତ୍ୟା ମାମଲାରେ ଫେରାର ଥିବା ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:  ଗତ ଶୁକ୍ରବାର ନୟାପଲ୍ଲି ଥାନା ଅଧିକାରୀ ଭାବେ ଶରତ ସାହୁ ଦାଇତ୍ୱ ଗ୍ରହଣ କରିଥିଲେ। ଦାଇତ୍ୱ ନେବାର 3 ଦିନ ପରେ ଶରତ ସାହୁ ଏବେ ଆକ୍ସନ ମୁଡ଼କୁ ଆସିଛନ୍ତି। ଯାହା ଫଳରେ ଏବେ ଅପରାଧିଙ୍କ  ଭିତରେ ଛନକା ପଶିଛି। ସବୁଠୁ ବଡ଼ କଥା ହେଲା ରିଙ୍କୁ ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତକୁ ଧରିବାକୁ ପୂର୍ବରୁ ଥିବା ଥାନାଧିକାରୀ  ବିିଫଳ  ହୋଇଥିଲେ। କିନ୍ତୁ ଶରତ ଆସୁ ଆସୁ ଏହି ଫେରାର ଅଭିଯୁକ୍ତଙ୍କୁ ଗିରଫ କରି  ସଫଳତା ହାସଲ କରିଛନ୍ତି।

ରିଙ୍କୁ ସ୍ୱାଇଁ ହତ୍ୟା କାଣ୍ଡ  ଘଟଣାରେ ୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ୨୦୧୯ରେ ସାଲିଆସାହି ସୁନାମି କ୍ଳବ ଆଗରେ ବୋମାମାଡ଼ କରିଥିଲେ ଏମାନେ । ଆକ୍ରୋଶ ମୂଳକ ଭାବେ ଜୀବନରୁ ମାରିବା ପାଇଁ ହୋଇଥିଲା ବୋମା ମାଡ଼ । ବୋମାମାଡ଼ରେ ରିଙ୍କୁ ସ୍ୱାଇଁ ଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ୍ୟୁ ମାମଲାରେ ୧୦ ଜଣ ଅଭିଯୁକ୍ତ ସଂମ୍ପୃକ୍ତ ଥିଲେ ।

ପୂର୍ବରୁ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ୫ ଜଣଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଜଣ ଏବେ ଫେରାର ଅଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶୋଭରାଜ  ମହାରଣା ଓରଫ ସିକନ । ଗିରଫ ହେବା ପରେ ସେମାନଙ୍କ ଠାରୁ ଏୟାର ଗନ୍ ଓ ବାଇକ ଜବତ କରିଛି ପୋଲିସ । ଆଠଗଡରେ ୬୦ ହଜାର ଲୁଟ ଓ ଗୁରୁଡିଝାଟିଆ ରେ ମଦ ଦୋକାନ ଠାରୁ ଲୁଟ ଉଦ୍ଦେଶ୍ୟରେ ଗୁଳିମାଡ କରିଥିଲା ଶୋଭରାଜ । ବୋମାମାଡ଼ କରିବା ମାଡ୍ରାସ ଫେରାର ହୋଇ ଯାଇଥିଲା । ଲକଡାଉନ ଯୋଗୁ ଓଡିଶା ଫେରି ବରୁଣେଇରେ ଥିବା ଏକ ଧାନ ମିଲରେ କାମ କରୁଥିଲେ ।

Leave a Reply

Your email address will not be published. Required fields are marked *