କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ ଗାନ୍ଧି!
ନୂଆଦିଲ୍ଲୀ – ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ। ଦୀର୍ଘ ଦିନ ଧରି କଂଗ୍ରେସର ନୂଆ ଅଧ୍ୟକ୍ଷ ନିଯୁକ୍ତ ପାଇଁ ଦାବି ଉଠିଛି । ନୂଆ ଅଧ୍ୟକ୍ଷ ଚୟନ କରିବାକୁ ସୋନିଆଙ୍କ ଦେଇଛନ୍ତି ପରାମର୍ଶ । ବରିଷ୍ଠ କଂଗ୍ରେସ ନେତାଙ୍କୁ ଚିଠି ଲେଖି ଜଣାଇଲେ ସୋନିଆ ।
ଅନେକ ଦିନରୁ କଂଗ୍ରେସର ସଂଗଠନ ସ୍ତରରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଚାଲୁ ରହିଛି । ପାର୍ଟିର ବରିଷ୍ଠ ନେତୃତ୍ୱଙ୍କ ପାଇଁ କଂଗ୍ରେସ ୨ଟି ସର୍କଲରେ ଭାଗ ହେବା ନଜର ଆସିଛି । ଏକ ସର୍କଲ ପାର୍ଟି ନେତୃତ୍ୱ ସହ ସଙ୍ଗଠନରେ ବଡ଼ ସ୍ତରରେ ପରିବର୍ତ୍ତନ ହେବାକୁ ଦାବି କରାଯାଉଥିବା ବେଳେ ଅନ୍ୟ ଦଳେ ଗାନ୍ଧି ପରିବାରର ଏଭଳି କାର୍ଯ୍ୟକୁ ଭୁଲ୍ ବୋଲି କହୁଛନ୍ତି ।
କଂଗ୍ରେସ ନେତା ସଂଜୟ ନିରୁପମଙ୍କ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଗାନ୍ଧୀ ପରିବାରର ନେତୃତ୍ୱକୁ ଚ୍ୟାଲେଞ୍ଜ ଦେବାକୁ ବିରୋଧ କରିଛନ୍ତି ।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ଅମରିନ୍ଦର ସିଂହ ରବିବାର କହିଛନ୍ତି ଏହି ସମୟ ଏହି ଭଳି ବିଷୟକୁ ଉଠାଇବାର ପ୍ରକୃତ ସମୟ ନୁହେଁ । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ( ବିଜେପି ) ର ନେତୃତ୍ୱ ଏନଡିଏ ସରକାର ବିରୁଦ୍ଧରେ ଦୃଢ଼ ବିପକ୍ଷର ଆବଶ୍ୟକ ରହିଛି ।