ଓଡ଼ିଶାର ୩୦ ଜିଲ୍ଲାରୁ ଆଉ୨୯୯୩ ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ଡେଇଁଲା
ଭୁବନେଶ୍ୱର,:-ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୨୯୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୭୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୧୧୪ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ୫୩୦କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ଓଡ଼ିଶାର ୩୦ଟି ଜିଲ୍ଲାରୁ ୨୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୭୧ ଜଣ, କଟକରୁ ୧୫୮ ଜଣ, ପୁରୀରୁ ୧୫୬ ଜଣ, ନୟାଗଡ଼ରୁ ୧୫୩ ଜଣ, ରାୟଗଡ଼ାରୁ ୧୩୭ ଜଣ, ଯାଜପୁରରୁ ୧୨୧ ଜଣ, ମୟୂରଭଞ୍ଜରୁ ୧୨୦ ଜଣ, ବାଲେଶ୍ବରରୁ ୧୧୫ ଜଣ, ସମ୍ବଲପୁରରୁ ୧୦୪ ଜଣ, ବରଗଡ଼ରୁ ୯୮ ଜଣ, କୋରାପୁଟରୁ ୯୫ ଜଣ, ଭଦ୍ରକରୁ ୯୨ ଜଣ,ମାଲକାନଗିରିରୁ ୮୫ ଜଣ, ସୁନ୍ଦରଗଡ଼ରୁ ୭୦ ଜଣ, ନବରଙ୍ଗପୁରରୁ ୬୮ ଜଣ, କେନ୍ଦୁଝରରୁ ୬୩ ଜଣ, ବଲାଙ୍ଗୀରରୁ ୬୨ ଜଣ, ଢ଼େଙ୍କାନାଳରୁ ୬୦ ଜଣ, କନ୍ଧମାଳରୁ ୫୮ ଜଣ, ଜଗତସିଂହପୁରରୁ ୪୬ ଜଣ, ଗଜପତି, ଝାରସୁଗୁଡା ଓ କେନ୍ଦ୍ରାପଡ଼ାରୁ ୪୩ ଜଣ ଲେଖାଏଁ, ସୋନପୁରରୁ ୪୦ ଜଣ, କଳାହାଣ୍ଡିରୁ ୩୬ ଜଣ, ଅନୁଗୁଳରୁ ୨୧ ଜଣ, ନୂଆପଡ଼ାରୁ ୧୧ ଜଣ, ବୌଦ୍ଧ ଓ ଦେବଗଡ଼ରୁ ୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୮ ହଜାର ୫୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୫,୭୯୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୨ ହଜାର ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୯୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୩,୦୨,୭୧୧ ସାମ୍ପୁଲ ଟେଷ୍ଟ୍ ହୋଇଛି।