କଟକ ସହରରୁ ଆଉ ୧୨୭ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୪୭

କଟକ:-କଟକ ସହରର  ଶନିବାର ଆଉ ୧୨୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ  କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ ସରାକରୀ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ୩୩ ଜଣ ହୋମ୍ କ୍ୱାରେନଣ୍ଟାଇନରେ ରହିଥିଲେ।  ଏତତ୍ ବ୍ୟତୀତ ୪୭ ଜଣ ସ୍ଥାନୀୟ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୩୧୦୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ  ୧,୮୬୦ ଜଣ ସୁସ୍ଥ ହୋଇଛନ୍ତି। ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧,୨୨୭ ଟି ସକ୍ରିୟ କେସ ରହିଛି ।

Leave a Reply

Your email address will not be published. Required fields are marked *