ନୂଆଖାଇ ପାଳନ ପାଇଁ ଝାରସୁଗୁଡାରେ ସଟ୍‌ଡାଉନ୍‌ କଟକଣା କୋହଳ

ଝାରସୁଗୁଡ଼ା:-ଆସନ୍ତା ୨୩ ତାରିଖ ଗଣପର୍ବ ନୂଆଁଖାଇ ପାଳନ କରାଯିବାକୁ ଥିବା ବେଳେ କରୋନାଜନିତ ସଟ୍‌ଡାଉନ୍‌ କଟକଣା କୋହଳ କରାଯାଇଛି । ପୂର୍ବରୁ ନୂଆଁଖାଇ ଦିନ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ସୁଦ୍ଧା ଦୋକାନ ବଜାର ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା ।

ମାତ୍ର ଏଥିରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇ ଅପରାହ୍ନ ଗୋଟାଏ ପରିବର୍ତ୍ତେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି । ହେଲେ ସନ୍ଧ୍ୟା ୭ଟା ପରେ କୌଣସି ପ୍ରକାର ଯାତାୟାତର ଅନୁମତି ରହିବ ନାହିଁ ବୋଲି ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *