ଭୁବନେଶ୍ୱର ଭିଜିଲାନ୍ସ ଅଫିସ୍‌ରେ କରୋନା ଆକ୍ରାନ୍ତ ଚିହ୍ନଟ, ଦପ୍ତର ସିଲ୍‌

ଭୁବନେଶ୍ୱର:- ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେଥିପାଇଁ ଭିଜିଲାନ୍ସ କାର୍ଯ୍ୟାଳୟକୁ ସିଲ୍‌ କରିବା ସହ ସାନିଟାଇଜ୍‌ କରାଯାଇଛି। ଗୁରୁବାର ଦିନ ଜଣେ ମହିଳା କନଷ୍ଟେବଳ ଓ ଏସ୍‌ଆଇ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। ତେଣୁ ଶୁକ୍ରବାର ଅଫିସ୍‌ ବନ୍ଦ ରହିଥିଲା ।

ସେପଟେ ପରୀକ୍ଷା ପାଇଁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସୋମବାର ଦିନ ଅଫିସ୍‌ ଖୋଲା ରହିବ । କୋଭିଡ୍‌-୧୯ ଗାଇଡ୍‌ ଲାଇନ୍‌ ଅନୁସାରେ ଅଫିସ୍‌ ଚାଲିବ। ଏଠାରେ କାମ କରୁଥିବା ବୟସ୍କ ପୁଲିସ୍‌ କର୍ମଚାରୀଙ୍କୁ ଅଫିସ୍‌ ନ ଆସିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *