ରାଜ୍ୟରେ ଆଉ ୨୮୧୯ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଟପିଲା
ଭୁବନେଶ୍ୱର:–ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୨୮୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୬୯୧ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୧୧୨୮ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୨୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୪୩ ଜଣ, କଟକରୁ ୨୫୭ ଜଣ, ମୟୂରଭଞ୍ଜରୁ ୨୧୯ ଜଣ, ଗଞ୍ଜାମରୁ ୧୯୨ ଜଣ, ରାୟଗଡ଼ାରୁ ୧୪୭ ଜଣ, ସମ୍ବଲପୁରରୁ ୧୪୫ ଜଣ, ବରଗଡ଼ରୁ ୧୩୬ ଜଣ, ଯାଜପୁରରୁ ୧୨୦ ଜଣ, ପୁରୀରୁ ୧୦୯ ଜଣ ବାଲୋଶ୍ବରରୁ ୧୦୫ ଜଣ, ଢ଼େଙ୍କାନାଳରୁ ୧୦୦ ଜଣ, ମାଲକାନଗିରିରୁ ୮୩ ଜଣ, କୋରାପୁଟରୁ ୮୧ ଜଣ, ଭଦ୍ରକରୁ ୭୭ ଜଣ, ଝାରସୁଗୁଡାରୁ ୬୩ ଜଣ, ନୟାଗଡ଼ରୁ ୬୪ ଜଣ, ଗଜପତି ଓ କେନ୍ଦ୍ରାପଡ଼ାରୁ ୬୨ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫୭ ଜଣ, ବଲାଙ୍ଗୀରରୁ ୫୬ ଜଣ, କଳାହାଣ୍ଡିରୁ ୫୫ ଜଣ, ଜଗତସିଂହପୁରରୁ ୪୮ ଜଣ, କନ୍ଧମାଳରୁ ୪୪ ଜଣ, ନବରଙ୍ଗପୁରରୁ ୪୩ ଜଣ, ଅନୁଗୁଳରୁ ୨୩ ଜଣ, ସୋନପୁରରୁ ୧୪ ଜଣ, ବୌଦ୍ଧରୁ ୬ ଜଣ, କେନ୍ଦୁଝରରୁ ୭ ଜଣ, ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୫ ହଜାର ୫୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୪,୫୮୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୦ ହଜାର ୫୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।