ଦୂତି ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ – ଓଡ଼ିଶା ପାଇଁ ଖୁସି ଖବର । ଅର୍ଜୁନ୍ ପୁରସ୍କାର ଘୋଷଣା କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ । ଆଥ୍ଲେଟ୍ ଦୂତି ଚାନ୍ଦ ପାଇବେ ଅର୍ଜୁନ୍ ପୁରସ୍କାର । ଏହି ଖବର ଆସିବା ପରେ ଦୂତି ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦୂତିଙ୍କ ସଫଳତା ପାଇଁ ଓଡ଼ିଶା ଗର୍ବିତ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମଧ୍ୟ ଦୂତି ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କ୍ରୀଡ଼ା ଜଗତର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦ୍ରୁତତମ ଧାବିକା @DuteeChand ଙ୍କୁ ଅଭିନନ୍ଦନ । ଓଡ଼ିଆ ଝିଅ ଦୂତି ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି । ତାଙ୍କର ଏହି ସଫଳତା ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ।
ଦୂତି ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି । ତାଙ୍କର ଏହି ସଫଳତା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ।ଚଳିତ ବର୍ଷ ୨୭ ଜଣଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ଆଥ୍ଲେଟିକ୍ସରେ ଓଡ଼ିଆ ଝିଅ ଦୂତି ଚାନ୍ଦ । କ୍ରିକେଟରେ ଈଶାନ୍ତ ଶର୍ମା, ଦିପ୍ତୀ ଶର୍ମା । ହକିରେ ଆକାଶ ଦୀପ ସିଂହ ଓ ଦୀପିକା । ତୀରନ୍ଦାଜୀରେ ଅତନୁ ଦାସ । ବ୍ୟାଡମିଣ୍ଟନ୍ରେ ସାତ୍ତ୍ବିକ ସାଇରାଜ, ଚିରାଗ ଚନ୍ଦ୍ରଶେଖରଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ବାସ୍କେଟବଲ୍ରେ ବିଶେଷ ଭ୍ରୁଗବଂଶୀ, ବକ୍ସିଂରେ ସୁବେଦାର ମନୀଷ କୌଶିକ ଓ ଲୋଭଲିନା ବୋରଗୋହେନଙ୍କୁ ମିଳିବ ଅର୍ଜୁନ ପୁରସ୍କାର ।
ଏହାସହ ଚଳିତ ବର୍ଷ ୫ଜଣ କ୍ରୀଡ଼ାବିତ୍ ପାଇବେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ।