ଅବହେଳା ପାଇଁ ଚାଲିଗଲା ନବଜାତ ଶିଶୁର ଜୀବନ,

ଢ଼େଙ୍କାନାଳ: ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁ । ଗର୍ଭବତୀଙ୍କୁ ଚଲାଇ ଚଲାଇ ଆମ୍ବୁଲାନ୍ସକୁ ନେବା ବେଳେ ଜନ୍ମ ହୋଇ ତଳେ ପଡ଼ି ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗା । ଢେଙ୍କାନାଳରୁ ଆସିଛି ଅଭିଯୋଗ । ଘଟଣାକୁ ନେଇ ଢେଙ୍କାନାଳ ମୁଖ୍ୟ ଚିକତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ଘଟଣା ଅନୁଯାଇ କାବେରା ମାଧପୁର ଗାଁ ର ବସନ୍ତ କୁମାର ଦେହୁରୀଙ୍କ ପତ୍ନୀ ଅପରାହ୍ନ ୧୨.୩୦ରେ ମେଡିକାଲର ପ୍ରସୂତି ବିଭାଗ ରେ ଭର୍ତ୍ତି ହୋଇଥିଲେ । ହେଲେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶୀଘ୍ର କଟକ ନେବାକୁ କହି ଡାକ୍ତର ଦିନ ଗୋଟାଏରେ ଚାଲିଯାଇଥିଲେ ।ପରେ ପରିବାର ଲୋକେ ମହିଳାଙ୍କୁ ଚିକିତ୍ସାଳୟ ପରିସରରୁ ଚଲାଇ ଚଲାଇ ଆମ୍ବୁଲାନ୍ସ କୁ ଆଣୁ ଥିବା ବେଳେ ତାଙ୍କ ର ଏକ ଶିଶୁପୁତ୍ର ଜନ୍ମ ହୋଇ ତଳେ ପହଇଯାଇଥିଲା । ଫଳରେ ମହିଳା ଜଣକ ଅତ୍ୟଧିକ ପ୍ରସବ ବେଦନା ସହ୍ୟ ନକରିପାରି ବେହୋସ ହୋଇ ଶିଶୁଟି ଉପରେ ପଡିଯାଇଥିଲେ । ଫଳରେ ନବଜାତକର ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ ମହିଳା ଜଣକ ବିବାହର ୧୦ ବର୍ଷ ପରେ ଗର୍ଭବତୀ ହେବାର ସୌଭାଗ୍ୟ ଲାଗ କରିଥିଲେ ।ତେବେ ଚିକିତ୍ସାଳୟ ରେ ତୁରନ୍ତ ଚିକିତ୍ସା ନକରିବା ସହ ଓ ଡାକ୍ତର ନର୍ସ ଅବହେଳା କରିଥିବା ଯୋଗୁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ଙ୍କ ସ୍ୱାମୀ ।

Leave a Reply

Your email address will not be published. Required fields are marked *