ନୂଆ ସନ୍ଦେଶ(ପ୍ରଭାତ କୁମାର ମଲ୍ଲିକ,ସାମ୍ବାଦିକ)

ନୁହେଁ ମୁଁ ମହାତ୍ମା ନୁହେଁ ସୁବାସ
ମୁଁ ଏକ ଛୋଟ ମଣିଷ
ସ୍ୱାଧୀନତା ପରେ ଜନମ ନେଇଛି
ଦେଇନି ସଂଗ୍ରାମେ ଝାସ ।
ଫିରିଙ୍ଗିର ଲାଠି ମୋ ଦେହେ ବାଜିନି
ପ୍ରାଣ ମୋ ଯାଇନି ଛାଡି
କଳାପାଣି ଯାଇ ଘଣା ପେଲି କେବେ
ବିକଳେ ଛାଡିନି ରଡ଼ି ।
କଷଣ ଶୋଷଣ ନ ଭୋଗିଲେ ମଧ୍ୟ
ଇତିହାସୁ ଯାହା ଶୁଣିଛି
ସେଥିପାଇଁ ଆଜି ଆଖିରୁ ମୋର
ଅଶ୍ରୁ ବାରିଧାର ବହୁଛି।
ଚଉସ୍ତରୀ ବର୍ଷ ସ୍ଵାଧୀନତା ପରେ
ଜନମ ଭୂଇଁ ମୋ କାନ୍ଦୁଛି
ଦୁର୍ନୀତି ରାକ୍ଷସ ବାହୁଛାୟା ତଳେ
ସତ୍ୟ ଶାନ୍ତି ଆଜି ଜଳୁଛି।
ଶପଥ କରୁଛି ମୋ ଦେହ ରକତେ
ଫେରାଇବି ତାର ହରସ
ଆଗାମୀ କାଲିର ଭବିଷ୍ୟତ ପାଇଁ
ଏହି ମୋ ନୂଆ ସନ୍ଦେଶ ।
—//—
କବିିିତା:-ପ୍ରଭାତ କୁମାର ମଲ୍ଲିକ,ସାମ୍ବାଦିକ
ଚଞ୍ଚପଡା, ଦାମୋଦରପୁର, କଟକ
ଫୋନ- ୯୪୩୮୭୮୭୩୨୦

 

ବିଶେଷ ସୂଚନା:-ଏହି କବିତା ଯଦି କୌଣସି ଲେଖକଙ୍କ କବିତା ସହ ସାମଞ୍ଜସ୍ୟ ରହିଥିବ ତଥା କପି ହୋଇଥିବ । ତେବେ ଆମ ସଂସ୍ଥା ଦାୟୀ ନୁହେଁ। ସଂପୂର୍ଣ୍ଣ  ଭାବେ ଲେଖକ ହିଁ ଦାୟୀ ରହିବେ।

Leave a Reply

Your email address will not be published. Required fields are marked *