କଟକରେ ପୁଣି ୧୫ ଜଣ ପୁଲିସ କର୍ମଚାରୀଙ୍କୁ କରୋନା
କଟକ :– କଟକ କମିଶନରେଟରେ ଗୁରୁବାରରେ ପୁଣି ୧୫ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳାବାଗ ଥାନାର ଜଣେ ଅଧିକାରୀଙ୍କ ସମେତ ୯ ପଜିଟିଭ ଚିହ୍ନଟ ।
ସେହି ଭଳି ଏସ.ସି ବି ମେଡିକାଲ ଫାଣ୍ଡିରୁ ୬ କରୋନା ପଜିଟିଭ ଚିହ୍ନଟ । କଟକ ରେ ମୋଟ ୫୭ ପୋଲିସ କର୍ମଚାରୀ କରୋନା ପଜିଟିଭ ହୋଇଛନ୍ତି ।
ସୂଚନାଯୋଗ୍ୟ ଗୁରୁବାରରେ ରାଜ୍ୟରେ ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ପରେ ସୁସ୍ଥଙ୍କ ସଂଖ୍ୟା ୪୮୫୭୬ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୩୬୫, ଖୋର୍ଧାରୁ ୩୫୭, ସୁନ୍ଦରଗଡରୁ ୯୧, ଯାଜପୁରରୁ ୮୬, ଗଜପତିରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ ୬୦, କନ୍ଧମାଳରୁ ୫୦ ଓ ରାୟଗଡାରୁ ୪୨ଜଣ ରହିଛନ୍ତି ।
ସେହିପରି ନୟାଗଡରୁ ୪୧, ମାଲକାନଗିରିରୁ ୩୯, ବଲାଙ୍ଗୀରରୁ ୩୫, ଢେଙ୍କାନାଳରୁ ୩୩, ଜଗତସିଂପୁରରୁ ୩୩, ବାଲେଶ୍ୱରରୁ ୩୧, କେଉଁଝରରୁ ୨୯, ବରଗଡରୁ ୨୫, ଭଦ୍ରକରୁ ୨୪, ଝାରସୁଗୁଡାରୁ ୨୧, ପୁରୀରୁ ୨୧, ସମ୍ବଲପୁରରୁ ୨୦, କଳାହାଣ୍ଡିରୁ ୧୬, କେନ୍ଦ୍ରାପଡାରୁ ୧୬ ଓ ନବରଙ୍ଗପୁରରୁ ୧୧ ଜଣ ଆରୋଗ୍ୟ ହୋଇଛନ୍ତି










