ସୁଶାନ୍ତ କେସ୍‌ର ଯାଞ୍ଚ ପାଇଁ ମୁମ୍ବାଇ ଯିବାକୁ ଥିବା ସିବିଆଇ ଟିମ୍‌କୁ ମଧ୍ୟ କରାଯିବ କ୍ଵାରେଣ୍ଟାଇନ୍ ?

ମୁମ୍ବାଇ:-ସୁପ୍ରିମକୋର୍ଟ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେସର ତଦନ୍ତ ଦାୟିତ୍ଵ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ପ୍ରଦାନ କରିଛନ୍ତି। ଏହି  ବହୁ ଚର୍ଚ୍ଚିତ ମାମଲାର ତଦନ୍ତ କରୁଥିବା ମୁମ୍ଵାଇ ପୋଲିସକୁ ଏ ପର୍ଯ୍ୟନ୍ତ ଯୋଗାଡ କରିଥିବା ସମସ୍ତ ପ୍ରମାଣ ଓ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ତଦନ୍ତରେ ସିବିଆଇକୁ ସହଯୋଗ କରିବାକୁ ମୁମ୍ବାଇ ପୋଲିସକୁ କୁହାଯାଇଛି। ଏବେ ତଦନ୍ତ ପାଇଁ ସିବିଆଇର ଏକ ଟିମ୍ ମୁମ୍ବାଇ ଯିବେ। ଏବେ ପ୍ରଶ୍ନ ଉଠୁଛି କଣ ମୁମ୍ବାଇ ପୋଲିସ ସିବିଆଇ ଟିମ୍‌କୁ ମଧ୍ୟ କ୍ଵାରେଣ୍ଟାଇନ କରିବ ? ଯେମିତି ବିହାର  ଏସପି ବିନୟ ତିଓ୍ଵାରୀଙ୍କ ସହିତ କରିଥିଲା।

ଏହା ମଧ୍ୟରେ ବିଏମସି କମିସନର କହିଛନ୍ତି ଯଦି ସିବିଆଇ ଟିମ୍‌ ସାତ ଦିନରୁ ଅଧିକ ସମୟ ପାଇଁ ମୁମ୍ବାଇ ଆସନ୍ତି ତେବେ ସେମାନଙ୍କୁ ଅନୁମତି ନେବାକୁ ପଡିବ। ଅନୁମତି ନନେଲେ କ୍ଵାରେଣ୍ଟାଇନ୍‌କୁ ରିହାତି ମିଳିବ ନାହିଁ। ବିଏମସି କମିସନର ଇକବାଲ ସିଂହ କହିଛନ୍ତି ଯଦି ସିବିଆଇ ଟିମ୍ ସାତ ଦିନ ପାଇଁ ଆସେ ଏବଂ ଫେରିବାର ସମୟ ପୂର୍ବରୁ ନିର୍ଦ୍ଧାରିତ ଅଛି ତେବେ ସ୍ଵତଃପ୍ରବୃତ ଭାବେ ସେମାନଙ୍କୁ କ୍ଵାରେଣ୍ଟାଇନ୍‌ରୁ କୋହଳ ମିଳିବ। ମାତ୍ର ଟିମ୍ ଯଦି ସାତ ଦିନରୁ ଅଧିକ ସମୟ ରହେ ତେବେ ସେମାନଙ୍କୁ କ୍ଵାରେଣ୍ଟାଇନ୍‌ରୁ କୋହଳ ପାଇବାକୁ ହେଲେ ଇମେଲ କରି ଅନୁମତି ମାଗିବାକୁ ପଡିବ। ଏମିତି ହେଲେ ଆମେ ସିବିଆଇକୁ କ୍ଵାରେଣ୍ଟାଇନ୍‌କୁ ରିହାତି ଦେଇ ପାରିବୁ।

ଏହା ପୂର୍ବରୁ ପାଟନା ଏସପି  ବିନୟ ତିଓ୍ଵାରୀ  ଯେବେ ତଦନ୍ତ ପାଇଁ ମୁମ୍ବାଇ ପହଞ୍ଚିଥିଲେ ତେବେ ତାଙ୍କୁ ବିଏମସି ଅଧା ରାତିରେ କ୍ଵାରେଣ୍ଟାଇନ୍‌ କରିଥିଲା। ଏହାକୁ ନେଇ ପ୍ରବଳ ହଙ୍ଗାମା ମଧ୍ୟ ହୋଇଥିଲା। ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *