ସୁଶାନ୍ତ ମୃତ୍ୟୁ ମାମଲା: ମସୁପ୍ରିମକୋର୍ଟଙ୍କ ରାୟ ପରେ ନରମ ପଡିଲା ସଂଜୟଙ୍କ ସ୍ୱର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ସିବିଆଇ କରିବ । ସୁପ୍ରିମକୋର୍ଟଙ୍କ ଏହି ଦୁଇ ପଦ ରାୟ ପରେ ଶିବସେନାର ବାକ୍ୟବୀର ସଂଜୟ ରାଉତଙ୍କ ପାଟି ଏବେ ଅଠାଅଠା । ଆଗରୁ ଗରମ ଦେଖାଉଥିବା ସଂଜୟ ଏବେ ପୁରା ନରମ । ସୁପ୍ରିମକୋର୍ଟଙ୍କ ରାୟ ସଂଜୟଙ୍କୁ ଥଣ୍ଡା କରିଦେଇଛି । ଅନ୍ୟପକ୍ଷରେ ବିଜେପି ନେତାଙ୍କୁ ସଂଜୟଙ୍କ ଉପରେ ଗରମ ହେବାର ମୌକା ଦେଇଛି ।ସୁପ୍ରିମକୋର୍ଟଙ୍କ ସିବିଆଇକୁ ତଦନ୍ତ ପାଇଁ ସବୁଜ ସଂକେତ ପରେ ସଂଜୟ ସ୍ୱର ବଦଳାଇ କହିଛନ୍ତି, ମହାରାଷ୍ଟ୍ର ଏମିତି ଗୋଟିଏ ରାଜ୍ୟ ଯେଉଁଠି ଆଇନ୍ ସର୍ବୋପରି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ନିଜ ନିଷ୍ପତ୍ତି ଶୁଣାଇଛନ୍ତି ଓ ପୁରା ତଥ୍ୟ ଯେତେବେଳେ ଆମ ପାଖକୁ ଆସିବ ସେତେବେଳେ ସରକାରୀ ମୁଖପାତ୍ର ଏହି ମାମଲାରେ ବକ୍ତବ୍ୟ ରଖିବେ । ତେବେ ସଂଜୟ ରାଉତଙ୍କୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କେମିତି ଝଟକା ଦେଇଛି ତାହା ଏଥିରୁ ଜଣା ପଡୁଛି ଯେ, ସେ ଅନେକ ପ୍ରଶ୍ନକୁ ଏଡାଇ ଯାଇଥିଲେ ।

ସୁଶାନ୍ତଙ୍କ ପିତାଙ୍କ ଦୁଇ ବିବାହକୁ ନେଇ ବୟାନ ଦେଇ ପାରୁଥିବା ସଂଜୟ ରାଉତ ଆଜି କହିଛନ୍ତି ଯେ,ଏହା ଉପରେ ମୁମ୍ବାଇ ପୋଲିସ କମିଶନର କିମ୍ବା ଆଡଭୋକେଟ୍ ଜେନରାଲ କିଛି କହିପାରିବେ,ମୋ ପକ୍ଷରେ ଏହା ଉପରେ କିଛି କହିବା ଠିକ୍ ହେବ ନାହିଁ ।

ସଂଜୟ ନରମ ପଡିଛନ୍ତି କିନ୍ତୁ ବିଜେପିର କିରିଟ୍ ସୋମେୟା ଗରମ ଅଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ କିରିଟ୍ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା ଦାବି କରିଥିଲେ । ଏହା ଉପରେ ସଂଜୟ କହିଛନ୍ତି ଯେ, ’’ ଇସ୍ତଫା କଥା ଉଠାଇବା ଠିକ୍ ନୁହେଁ । ଇସ୍ତଫା ପ୍ରସଙ୍ଗ ଉଠିଲେ କଥା ଦିଲ୍ଲୀ ପର୍ଯ୍ୟନ୍ତ ଯିବ’’ସୁଶାନ୍ତ ସିଂହ ମୃତ୍ୟୁ ପ୍ରସଙ୍ଗରେ ଏଣୁତେଣୁ ବୟାନ ଦେଇଥିବା ସଂଜୟ ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ରାଜନୀତି ନକରିବାକୁ ବିରୋଧୀଙ୍କୁ ଗୁରୁଜ୍ଞାନ ଦେଇଛନ୍ତି । ସେ କହିଛନ୍ତି ଯେ,ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆରମ୍ଭରୁ ରାଜନୀତି ଚାଲୁଛି । ଏବେ ଏହା ଉପରେ ରାଜନୀତି ବନ୍ଦ ହେବାର ଆବଶ୍ୟକତା ରହିଛି । ସରକାର ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ପଢିବା ପରେ ନିଜ ପକ୍ଷ ରଖିବେ’

Leave a Reply

Your email address will not be published. Required fields are marked *