ଇସ୍ତଫା ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ – ଭାରତର ନିର୍ବାଚନ କମିଶନ ପଦରୁ  ଇସ୍ତଫା ଦେଲେ  ଅଶୋକ ଲାଭାସା । ADB (Asian Development Bank )ର ଉପାଧ୍ୟକ୍ଷ ହେବେ ଅଶୋକ ।

ସୂଚନା ମୁତାବକ  ମଙ୍ଗଳବାର ଦିନ ନିର୍ବାଚନ କମିଶନର ପଦରୁ ଅଶୋକ ଲାଭାସା ଇସ୍ତଫା ଦେଇଛନ୍ତି ।  ସେ ନିଜର ଇସ୍ତଫା ପତ୍ର ପ୍ରେସିଡେଣ୍ଟ ରାମନାଥ କୋବିନ୍ଦଙ୍କ ପାଖରେ ଦାଖଲ କରିଛନ୍ତି ଏବଂ ଅଗଷ୍ଟ ୩୧ରେ ତାଙ୍କୁ ଏହି ପଦରୁ ବିଶ୍ରାମ ଦେବାକୁ ଅନୁରୋଧ କରିଛନ୍ତି ।  ସେ ସେପ୍ଟେମ୍ୱରରେ ADBର ନୂଆ ଭାଇସ୍‌ ପ୍ରେସିଡେଣ୍ଟ ଭାବେ ଯୋଗ ଦେବେ ।

ଉଲ୍ଲେଖନୀୟ ଯେ,  ଦ ଇଣ୍ଡିଆନ୍‌ ଏକ୍ସପ୍ରେସ ଅନୁସାରେ , ପ୍ରେସିଡେଣ୍ଟ ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ନା ନାହିଁ  ତାହା ସ୍ପଷ୍ଟ ହୋଇନାହିଁ ।

ଅଶୋକ ଲାଭାସା ଜଣେ ଅବସର ପ୍ରାପ୍ତ ହରିଆଣା କାଡରର ୧୯୮୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର । ସେ  ଜାନୁୟାରୀ ୨୦୧୮ରେ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ ।  ଏହା ପୂର୍ବୁର ସେ  ଜୁନ୍‌ ୨୦୧୬ରୁ ଅକ୍ଟୋବର ୨୦୧୭ଯାଏ  ଭାରତର  ଫାଇନାନ୍ସ ସେକ୍ରେଟାରୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *