ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

ରାୟଗଡା:-ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ାର ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣା ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ମୁଖ୍ୟ ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କୋରାପୁଟ ଜେଲ୍‌ ଅଧିକ୍ଷକ ଆର୍‌. କେ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦୋଷୀ ନେତ୍ରାନନ୍ଦ ଦଣ୍ଡସେନା ଜେଲ୍‌ରେ ଆଜୀବନ ସଜା କାଟୁଥିଲେ। ଗତ ୨ ଦିନ ଧରି ଅସୁସ୍ଥ ଅନୁଭବ କରୁଥିଲେ ନେତ୍ରାନନ୍ଦ ଦଣ୍ଡସେନା। ଗତକାଲି ରାତିରେ ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ବାସ୍ଥ୍ୟରେ କିଛି ସୁଧାର ଆସିନଥିଲା। ଫଳରେ ଚିକିତ୍ସିତ ଅବସ୍ଥାରେ ନେତ୍ରାନନ୍ଦ ଦଣ୍ଡସେନାଙ୍କର ଆଜି ସକାଳୁ ମୃତ୍ୟୁ ଘଟିଛି।

୨୦୧୩ ଅକ୍ଟୋବର ୨୭ରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ୨୦୧୬ ଏପ୍ରିଲ ୨୬ରେ ନେତ୍ରାନନ୍ଦ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୬ରୁ ଆଜୀବନ କାରାଦଣ୍ଡ ପାଇଁ କୋରାପୁଟ କାରାଗାରରେ ଥିଲେ ନେତ୍ରାନନ୍ଦ।

Leave a Reply

Your email address will not be published. Required fields are marked *