ରାଜ୍ୟରେ ଆଉ ୨୨୪୪ କରୋନା ପଜିିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ଟପିଲା

ଭୁବନେଶ୍ୱର:- କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଲଗାତାର ଭାବରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସାଧାରଣରେ ଭୟ ସୃଷ୍ଟି ହେଲାଣି । ଅନ୍ୟ ପଟେ ପ୍ରତିଦିନ ଘାତକ କରୋନା ମୁଣ୍ଡ ନେବାରେ ଲାଗିଛି। ଫଳରେ  ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି ।  ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୨୪୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩୯୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୫୪ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ୨୯୪ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ୨୨୪୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୧୧ ଜଣ, ଗଞ୍ଜାମରୁ ୨୩୪ ଜଣ, କଟକରୁ ୧୯୪ ଜଣ, ରାୟଗଡ଼ାରୁ ୧୬୦ ଜଣ, ବାଲେଶ୍ବରରୁ ୧୪୨ ଜଣ, ସୁନ୍ଦରଗଡ଼ରୁ ୧୩୬ ଜଣ, କନ୍ଧମାଳ ୧୨୧ ଜଣ, ଭଦ୍ରକରୁ ୧୦୪ ଜଣ, ମାଲକାନଗିରି ଓ ଯାଜପୁରରୁ ୯୮ ଜଣ ଲେଖାଏଁ, କୋରାପୁଟରୁ ୯୪ ଜଣ, ମୟୂରଭଞ୍ଜରୁ ୯୧ ଜଣ, ପୁରୀରୁ ୬୮ ଜଣ, କଳାହାଣ୍ଡିରୁ ୬୭ ଜଣ, ବୌଦ୍ଧରୁ ୪୯ ଜଣ, ବଲାଙ୍ଗୀରରୁ ୩୭ ଜଣ, ବରଗଡ଼ ଓ ସମ୍ବଲପୁରରୁ ୩୫ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୨୭ ଜଣ, ନବରଙ୍ଗପୁରରୁ ୨୧ ଜଣ, ଢ଼େଙ୍କାନାଳରୁ ୧୮ ଜଣ, ଜଗତସିଂହପୁରରୁ ୧୬ ଜଣ, ଅନୁଗୁଳରୁ ୧୫ ଜଣ, ନୟାଗଡ଼ ଓ କେନ୍ଦୁଝରରୁ ୧୩ ଜଣ ଲେଖାଏଁ, ଝାରସୁଗୁଡାରୁ ୧୨ ଜଣ, ସୋନପୁରରୁ ୧୧ ଜଣ, ନୂଆପଡ଼ାରୁ ୯ ଜଣ, ଗଜପତିରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *