ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା
ଭୁବନେଶ୍ବର: –ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହାସହ କହିଛନ୍ତି ମୁଁ ସୁସ୍ଥ ଅଛି , ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି ସେହି ବ୍ୟକ୍ତି ଆଇସୋଲେସନରେ ରୁହନ୍ତୁ ଏବଂ ନିଜର କରୋନା ପରୀକ୍ଷା କରାନ୍ତୁ।ଏହାପୂର୍ବରୁ ମଧ୍ୟ ରାଜ୍ୟର ଅନେକ ବିଧାୟକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିସାରିଛି। ଆଜି ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୫ ତାରିଖରେ ମନ୍ତ୍ରୀ ସୁଶାନ୍ତ ସିଂହ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ଉତ୍ସବରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।










