କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର
ଭୁବନେଶ୍ୱର:- ଦୁର୍ନୀତି ଖୋର ଅଧିକାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ପୁଣି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରରିପେକ୍ଷୀରେ ଆଜି ପୂର୍ବତନ କୋରାପୁଟ ଜିଲ୍ଲା କୃଷି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର। ସଂପୃକ୍ତ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ପ୍ରଦୀପ କୁମାରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଥିଲା, ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ସୂଚନା ମୁତାବିକ, ଜୁଲାଇ ୨ରେ ପ୍ରଦୀପ କୁମାରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଯାହାପରେ ଭିଜିଲାନ୍ସ ଛାନ୍ଭିନ୍ ଆରମ୍ଭ କରିଥିଲା । ସେହିପରି ସେଦିନ ଭୁବେନଶ୍ୱରରୁ ୧୧ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଗିରଫ ହୋଇଥିଲେ ପ୍ରଦୀପ । ଏହି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ ପ୍ରଦୀପ ମହାନ୍ତି । ପ୍ରଦୀପଙ୍କର ମୋଟ ୩.୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ସେବେଠାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।