ପୂର୍ବତନ କ୍ରିକେଟର ଓ ରାଜନେତା ଚେତନ ଚୌହାନଙ୍କ ପରଲୋକ
ଗୁରଗାଓଁ:–ଉତ୍ତର ପ୍ରଦେଶର ହୋମଗାର୍ଡ ମନ୍ତ୍ରୀ ଓ ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କର ପରଲୋକ। ପ୍ରାୟ ଅପରାହ୍ନ ୪ଟା ୩୦ ବେଳେ ଚେତନ ଚୌହାନଙ୍କର ପରଲୋକ ହୃଦଘାତରେ ହୋଇଛି। ଗୁରଗାଓଁର ମେଦାନ୍ତ ହସ୍ପିଟାଲାରେ ଏହି ଚିକିତ୍ସା ଚାଲିଛି। କରୋନାରେ ଆକ୍ରାନ୍ତ ହେବାପରେ ୧୨ ଜୁଲାଇରେ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।
ଚେତନ ଚୌହାନ ଯୋଗୀ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ୍ ମନ୍ତ୍ରୀ, ଯାହାଙ୍କର କରୋନା ଭାଇରସ କାରଣରୁ ପରଲୋକ ହୋଇଛି। ଏହା ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ କମଳା ରାନୀଙ୍କର ଲକ୍ଷ୍ନୌ ପିଜିଆଇରେ କରୋନାରେ ମୃତ୍ୟୁ ହୋଇଥିଲା। ସେଭଳି ଗୋଟେ ଦିନ ପୂର୍ବରୁ ଚେତନଙ୍କର ଦେହ ଅଧିକ ଖରାପ ହେବା ସହିତ ତାଙ୍କର କିଡନୀ ଫେଲ୍ ହୋଇଯାଇଥିଲା। ସେଥିପାଇଁ ତାଙ୍କୁ ଲାଇଫ୍ ସର୍ପୋଟ ସିଷ୍ଟମରେ ରଖାଯାଇଥିଲା।