କାହିଁକି ଅଗଷ୍ଟ ୧୫ରେ ଅବସର ନେଲେ ଧୋନୀ ? ମ୍ୟାନେଜର୍ ଫିଟାଇଲେ ଗୁମର

ନୂଆଦିଲ୍ଲୀ,:- ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ ତାରିଖରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀ କଣ ପାଇଁ ଅଗଷ୍ଟ ୧୫ ବା ସ୍ୱାଧିନତା ଦିବସରେ ଅବସର ଘୋଷଣା କଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଧୋନୀ ଓ ୧୫ ତାରିଖ ମଧ୍ୟରେ କଣ କନେକ୍ସନ ରହିଛି ସେନେଇ ମ୍ୟାନେଜର ଖୁଲାସା କରିଛନ୍ତି ।

ଧୋନୀଙ୍କ ମ୍ୟାନେଜର ମିହିର ଦିବାକର କହିଛନ୍ତି ଯେ, ଧୋନୀଙ୍କ ଅବସର ପାଇଁ ଅଗଷ୍ଟ ୧୫ରୁ ଅଧିକ ଭଲ ଦିନ ଆଉ କିଛି ନହୋଇପାରେ । ଏହା ଧୋନୀଙ୍କ ଦେଶଭକ୍ତି ଦର୍ଶାଉଛି । ତାଙ୍କର ସବୁ କ୍ୟାରିଅର ଭାରତ ପାଇଁ ତିଲା । ଲୋକମାନେ ତାଙ୍କୁ ଯେଉଁ ଭଲ ପାଇବା ଦେଇଛନ୍ତି ତାହା ଅଦ୍ୱିତୀୟ ।

ଧୋନୀ ଅଗଷ୍ଟ ୧୫ରେ ସନ୍ୟାସ ନେଇଛନ୍ତି । ଏପରି କରି ସେ ଭାରତକୁ ନିଜର ଅବସର ସମର୍ପଣ କରିଛନ୍ତି । ସେ ଗତ କିଛି ସପ୍ତାହ ଧରି ଅବସର ନେଇ କହୁଥିଲେ । କିନ୍ତୁ କେବେ ସେ ଏ ବାବଦରେ ଘୋଷଣା କରିବେ ସେ ନିଜେ ବି ଜାଣିନଥିଲେ ।

ଧୋନୀଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ, ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଛି । ସେ ଡିସେମ୍ବର ୨୦୧୪ରେ ଟେଷ୍ଟ କ୍ରିକେଟରୁ ହଠାତ୍ ଅବସର ଘୋଷଣା କରିଥିଲେ । ସେ ୨୦୧୭ରେ ଦିନିକିଆ ଓ ଟି୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *