ରାଜଧାନୀରେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ଜୀବନ

ଭୁବନେଶ୍ୱର:-ରାଜଧନୀରେ ଶୁକ୍ରବାର ରାତିରେ ଘଟିଛି ଏକ ବଡ଼ ଅଘଟଣ। ଖଣ୍ଡଗିରି ଥାନା ଡୁମୁଡୁମାସ୍ଥିତ ରଘୁନାଥ ନଗର ଅଞ୍ଚଳରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 5 ବର୍ଷର ଶିଶୁ ଏବଂ ତାର ମା ଆଉ ଜଣେ ହେଲେ ତାଙ୍କ ଯାଆ। ସେମାନଙ୍କୁ ଉଦ୍ଧାର କରାଯାଇ ଏମ୍‌ସ ହସ୍ପିଟାଲରେ ନିିିଆଯାଇଥିଲେ ମଧ୍ୟସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ!।, ମୃତକ ହେଲେ ଶିଶୁ ତରବେଜ ଆଲମ, ତାର ମା ଲାଡେଲେ ପରବିନ ଓ ଯାଆ ନାଜୁର ଖାତୁନ। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପରବିନଙ୍କ ଘର ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ରହିଛି। ଉକ୍ତ ଖୁଣ୍ଟରୁ ଏକ ରେଲିଂ ତାଙ୍କ ଘରେ ନିକଟରେ ବନ୍ଧା ହୋଇଛି। ଏହି ରେଲିଂରେ ଘରକୁ ଆସିଥିବା ସର୍ଭିସ ତାର ଗୁଡା ହୋଇଥିଲା। ହେଲେ ବର୍ଷାରେ ଓଦା ହୋଇ ରେଲିଂ ଚାର୍ଜ ହୋଇଯାଇଥିଲା। ଏହି ସମୟରେ ଘରର ବାଲକୋନିରେ 5 ବର୍ଷର ଶିଶୁ ତରବେଜ ଖେଳୁଥିବା ବେଳେ ଉକ୍ତ ରେଲିଂକୁ ଧରି ଦେଇଥିଲେ। ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ମା ଲାଡେଲେ ଉଦ୍ଧାର କରିବାକୁ ଆଗେଇ ଆସି ସେ ମଧ୍ୟ କରେଣ୍ଟ ଖାଇଥିଲେ। ଶେଷରେ ମା ଓ ପୁଅଙ୍କ ଚିତ୍କାର ଶୁଣି ଯାଆ ନାଜୁର ମଧ୍ୟ ଉଦ୍ଧାର କାରିବାକୁ ଆସି ମୃତ୍ୟୁର ଜାଲରେ ପଡିଯାଇଥିଲେ। ପରେ ପଡୋଶୀ ସେଶୁଙ୍କୁଫୋନ କରିବା ପରେ  ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *