ମୃତ ସ୍ବାଇପର ଡଗ୍‌କୁ ଗାର୍ଡ ଅଫ୍ ଅନର

ମାଲକାନାଗିରି:-ପୋଲିସ୍‌ ବିଭାଗରେ ଦୀର୍ଘ ୪ ବର୍ଷଧରି କାମ କରି ଆସୁଥିବା ସ୍ବାଇପର ଡଗ୍‌ର ମୃତ୍ୟୁ ହୋଇଛି। ଗତ କିଛି ଦିନ ହେଲା ଏହି ଅନୁସନ୍ଧାନ କୁକୁର ବା ସ୍ବାଇପର ଡଗ୍‌ଟି ଅସୁସ୍ଥ ଥିଲା। ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳ ପ୍ରାୟ ୯ ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି। ଏହାପରେ ପୁଲିସ ପକ୍ଷରୁ ମୃତ ସ୍ବାଇପର ଡଗ୍‌କୁ ଗାର୍ଡ ଅଫ୍ ଅନର ଦିଆଯାଇ ତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଗତ ୪ ବର୍ଷଧରି ମାଲକାନଗିରି ପୁଲିସ ବିଭାଗରେ କାର୍ଯ୍ୟ କରି ଆସୁଥିଲା ଏହି ସ୍ବାଇପର ଡଗ୍ । ଜିଲ୍ଲାକୁ ଆସୁଥିବା ସମସ୍ତ ଭିଭିଆଇପି, ଭିଆଇପିଙ୍କ ସୁରକ୍ଷା ସହ ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସରେ ଅତିଥିଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେଉଥିଲା । ଏପରି କି ନିଜ କାର୍ଯ୍ୟରେ ସେ ଏତେ ମାତ୍ରାରେ ଦକ୍ଷ ଥିଲା ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ଏହି ସ୍ବାଇପର ଡଗ୍ କୁ ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା।

ଏହି ସ୍ବାଇପର ଡଗ୍‌ର ମୃତ୍ୟୁ ମାମଲାକାନଗିରି ପୁଲିସ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ମାଲକାନଗିରି ଜିଲ୍ଲା ସଂପୂର୍ଣ୍ଣ ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ସ୍ନାଇପର ଡଗର ଆବଶ୍ୟକତା ବିଭିନ୍ନ ସମୟରେ ପଡିଥାଏ।

Leave a Reply

Your email address will not be published. Required fields are marked *