ଓଏଏସ ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର:- ଆୟୁଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ତାଙ୍କୁ ଆୟୁଷ ନିର୍ଦ୍ଦେଶକ ପଦରୁ ନିଲମ୍ବିତ କରାଯାଇଥଲା।

ବିଭୁପ୍ରସାଦ ତାଙ୍କ ଅଫିସ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପରେ ଭୁବନେଶ୍ୱର ମହିଳା ଥାନାରୋ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଷଡ଼ଙ୍ଗୀଙ୍କୁ ଗତ ୯ ତାରିଖରେ ଗିରଫ କରାଯାଇ ୧୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖାଯାଇଥିଲା। ଏହାପରେ ଆଜି ରାଜ୍ୟ ସରକାର ତାଙ୍କୁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେବା ଲାଗି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରଶାସନରେ ନୈତିକତା ଓ ଶୃଙ୍ଖଳା ଉପରେ ବିଶ୍ବାସ କରି ଆସିଛନ୍ତି। ତେଣୁ ସରକାର କୌଣସି ପ୍ରକାର ଅନୈତିକ କାର୍ଯ୍ୟକଳାପ ପ୍ରତି ‘ଶୂନ୍ୟ ସହନୀୟତା’ ନୀତି ଅବଲମ୍ବନ କରି ଆସିଛନ୍ତି।  ଏହି ନୀତି ଅନୁସାରେ ରାଜ୍ୟ ସରକାର ବିଭୂପ୍ରସାଦ ଷଡ଼ଙ୍ଗୀଙ୍କୁ ଜଣେ ମହିଳା ସହକର୍ମୀଙ୍କୁ ନିର୍ଯାତନା ଦେବା ପ୍ରମାଣ ପାଇବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଥମେ ଆୟୁଷ ନିର୍ଦ୍ଦେଶାଳୟରେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଅସ୍ୱୀକାର କରି ବିଭୁପ୍ରସାଦ ଷଡ଼ଙ୍ଗୀ ପାଲଟା ଅଭିଯୋଗ ମଧ୍ୟ କରିଥିଲେ। ଏହାକୁ ନେଇ ଅଭିଯୁକ୍ତ ଅଧିକାରୀଙ୍କୁ କମିସନରେଟ୍‌ ପୁଲିସ ହାଜର ହେବା ଲାଗି ନୋଟିସ୍‌ କରିଥିଲା। ହେଲେ ସେ ହାଜର ହେଉ ନ ଥିଲେ।  ଅଭିଯୁକ୍ତ ଅଧିକାରୀ ବିଭୁ ପ୍ରସ‌ାଦ ଷଢ଼ଙ୍ଗୀ ହାଜର  ହେବା ପରେ ଭୁବନେଶ୍ୱର ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରି ନେଇଥିଲା।

Leave a Reply

Your email address will not be published. Required fields are marked *