ଚୀନ୍ କହିଲା, ବ୍ରାଜିଲରୁ ଆସିଥିବା ଚିକେନରୁ ମିଳିଛି କରୋନା ଭାଇରସ
ନୂଆଦିଲ୍ଲୀ:-ଚୀନ୍, ବ୍ରାଜିଲରୁ ପଠାଯାଇଥିବା ଫ୍ରୋଜନ୍ ଚିକେନର ଡେଣାରେ କରୋନା ଭାଇରସ ମିଳିବା କଥା କହିଛି । ଗତ ସପ୍ତାହରେ ଏଠାର ୟାନ୍ତାଇ ସହରରେ ଇକ୍ୱାଡୋରରୁ ପଠାଯାଇଥିବା ସମୁଦ୍ର ଚିଙ୍ଗୁଡି ମଧ୍ୟ ସଂକ୍ରମିତ ହେବା କଥା କୁହାଯାଇଥିଲା । ଚୀନ ଜୁନରେ ବ୍ରାଜିଲ ସମେତ କିଛି ଅନ୍ୟ ଦେଶରୁ ମିଟ୍ ଇମ୍ପୋର୍ଟ ରୋକି ଦେଇଥିଲା । ତେବେ ପରେ ଏହାକୁ ହଟାଇ ଦିଆଯାଇଥିଲା ।
ଶେନଝେନର ଲୋକାଲ୍ ଡିଜିଜି କଣ୍ଟ୍ରୋଲ ସେଣ୍ଟର(ସିଡିସି) ନିୟମିତ ଯାଞ୍ଚ ସମୟରେ ବ୍ରାଜିଲରୁ ପଠାଯାଇଥିବା ଚିକେନର ସାମ୍ପଲ ନେଇଥିଲା । ଯାଞ୍ଚ ପରେ ରିପୋର୍ଟ ପଜିଟିଭ୍ ଆସିଲା । ଅଧିକାରୀମାନେ ଗୁରୁବାର କହିଛନ୍ତି କି ସଂକ୍ରମିତ ଚିକେନ ସମ୍ପର୍କରେ ଆସିଥିବା କିଛି ଲୋକ ଓ ଅନ୍ୟ ପ୍ରଡକ୍ଟର ମଧ୍ୟ ଯାଞ୍ଚ କରାଯାଇଛି କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ବ୍ରାଜିଲରୁ ଏନେଇ କିଛି ବୟାନ ଜାରି ହୋଇନି ।
ଶେନଝେନ ସିଡିସି ଅନ୍ୟ ଦେଶର ଫୁଡ୍ ପ୍ରଡକ୍ଟ୍ସ ଖାଇବାରେ ସତର୍କ ରହିବାକୁ ପରାମର୍ଶ ଦେଇଛି । ଜୁନରେ ଚୀନର ରାଜଧାନୀ ବେଜିଂର ଶିନଫେଡି ସିଫୁଡ୍ ମାର୍କେଟରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହା ପରେ ହିଁ ସରକାର ସମସ୍ତ ଫୁଡ୍ ପ୍ରଡକ୍ଟ୍ସର ସାମ୍ପଲ ନେଇ ତାର କରୋନା ଟେଷ୍ଟ କରାଉଛନ୍ତି ।
ଚୀନର ବୁହାନ ସହରରୁ ସାରା ଦୁନିଆରେ କରୋନା ମହାମାରୀ ବ୍ୟାପିଛି । ଆଶଙ୍କା ରହିଛି କି ସଂକ୍ରମଣ ଏଠାକାର ଫୁଡ୍ ମାର୍କେଟରୁ ହିଁ ବ୍ୟାପିଥିଲା । ଏହି ମାର୍କେଟରେ ବାଦୁଡି ଓ ସାପ ସମେତ ଅନେକ ପ୍ରକାର ଜୀବଙ୍କ ମାଂସ ବିକ୍ରି ହୁଏ । ସଂକ୍ରମଣକୁ ନେଇ ବିବାଦ ବଢିବା ପରେ ଚୀନ ମାଂସ ବିକ୍ରି ଉପରେ ରୋକ ଲଗାଇଥିଲା ।