‘ଥ୍ରୀଲର’ ବିରୁଦ୍ଧରେ ‘ହିନ୍ଦୁ ଏକତା ବାହିନୀ’ର ଏତଲା

ନବରଙ୍ଗପୁର:- ଅଗଷ୍ଟ ୧୪ ତାରିଖରେ ରିଲିଜ୍ ହେବାକୁ ଥିବା ‘ଥ୍ରୀଲର’ ଫିଲ୍ମ ନାଁରେ କେସ୍‌। ଏହି ଫିଲ୍ମ ବିରୋଧରେ ଏତଲା ଦେଇଛି ହିନ୍ଦୁ ଏକତା​‌ ବାହିନୀ। ଫିଲ୍ମର ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ହିନ୍ଦୁ ଏକତା ବାହିନୀ ଫିଲ୍ମ ବିରୋଧରେ ଏତଲା​‌ ଦେଇଛି। ଏହି ଫିଲ୍ମରେ ଓଡ଼ିଆ ଯୁବତୀ ଏବଂ ଓଡ଼ିଆ ପୁଅ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ବଲିଉଡ୍‌ରେ ନୂଆ କରି ଏଣ୍ଟ୍ରି କରିଥିବା ଓଡିଆ ଝିଅ ନିଜର ଅଙ୍ଗ ପ୍ରଦର୍ଶନ କରିଛନ୍ତି। ଯାହା କି ଓଡିଆ ସଂସ୍କୃତି ଓ ପରମ୍ପରାକୁ କୁଠାରଘାତ କରିଛି। ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶୀତ ଏହି ଫିଲ୍ମରେ ଓଡ଼ିଆ ଝିଅର ଅଙ୍ଗପ୍ରଦର୍ଶନଙ୍କୁ ସୋସିଆଲ ମିଡିଆରେ କିଛିଦିନ ହେବ ନିନ୍ଦା କରାଯାଉଥିଲା।ହିନ୍ଦୁ ଏକତା ବାହିନୀର କହିବା ମୁତାବକ, ଏହି ଫିଲ୍ମରେ ହିନ୍ଦୁ ସମାଜର ବହୁ ଦେବାଦେବୀଙ୍କ ନାଁକୁ ବ୍ୟବହାର କରାଯାଇଛି। ଯାହାକି ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ପହଞ୍ଚାଇଛି। ଏହି ଫିଲ୍ମରେ ଅଙ୍ଗପ୍ରଦର୍ଶନ ବେଳେ ହିନ୍ଦୁ ସମାଜ ଦେବାଦେବୀଙ୍କ ନାଁ ଉଚ୍ଚାରଣ କରାଯାଇଛି। ଯାହାକି ହିନ୍ଦୁ ସମାଜରେ ବିଭ୍ରାନ୍ତ ସୃଷ୍ଟି କରିଛି। ଏହି ଫିଲ୍ମଟିକୁ ୟୁଟ୍ୟୁବରୁ ଡିଲିଟ୍ କରାଯିବା ସହ ଅନଲାଇନ୍‌ରେ ରିଲିଜ ନ କରିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *