ରିୟା ଚକ୍ରବର୍ତ୍ତୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲେ ଶେଖର ସୁମନ

ମୁମ୍ବାଇ:-ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ନାଁ ବାରମ୍ବାର ସାମନାକୁ ଆସୁଛି। କେସର ସମୀକରଣ ଅନେକ ଥର ବଦଳିଲେ ମଧ୍ୟ କନେକ୍ସନ ରିୟାଙ୍କ ସହ ସାମନାକୁ ଆସୁଛି। ଏପରି କ୍ଷେତ୍ରରେ ଏହି ମାମଲାରେ ରିୟାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଅଭିନେତା ଶେଖର ସୁମନ ପୁଣି ଥରେ ରିୟାଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି। ଶେଖର ସୋସିଆଲ ମିଡିଆରେ ଲଗାତାର ରିୟାଙ୍କ ବିରୋଧରେ ସ୍ବର ଉଠାଉଛନ୍ତି।

ଶେଖର ସୁମନ ଏକ ଟ୍ବିଟ୍ କରି ରିୟା ଚକ୍ରବର୍ତ୍ତୀଙ୍କ ଗିରଫ ଦାବି କରିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି ଯେ ରିୟା ଏବେ ମୁକୁଳି ପାରିବେ ନାହିଁ। ସେ #ArrestRheaChakraborty ହ୍ୟାଶଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି। ପ୍ରଥମ ଥର ଶେଖର ସୁଶାନ୍ତଙ୍କ ମାମଲାରେ ପ୍ରତିକ୍ରିୟା ଦେଇ ନାହାନ୍ତି। ଯେତେବେଳେ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚର ଦାବି ହେଉଥିଲା ସେତେବେଳେ ଶେଖର ସୁମନ ଲଗାତାର ପ୍ରଶାସନ ଉପରେ ଚାପ ପ୍ରୟୋଗ କରୁଥିଲେ। କେସରେ ସିବିଆଇ ଯାଞ୍ଚ ପାଇଁ ସେ ମୁମ୍ବାଇରୁ ପାଟନା ଯାଏଁ ଆସିଥିଲେ। ଶେଖର ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ଭେଟିଥିଲେ।

ଏବେ ଶେଖର ସୁମନ ଏତିକିରେ ସନ୍ତୁଷ୍ଟ ହୋଇନାହାନ୍ତି। ଯେବେଠୁ ରିୟାଙ୍କ ବିରୋଧରେ ପ୍ରମାଣ ମିଳିବା ଆରମ୍ଭ ହୋଇଯାଇଛି ସେବେଠାରୁ ସେ ଲଗାତାର ରିୟାଙ୍କୁ ଟାର୍ଗେଟ୍ କରୁଛନ୍ତି।

Leave a Reply

Your email address will not be published. Required fields are marked *