ଭାରତୀୟ ବଂଶୋଦଭବ କମଲା ହ୍ୟାରିସ୍ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ,

ଚିକାଗୋ: ଆମେରିକା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଭାରତୀୟ ବଂଶୋଦଭବ ଆମେରିକୀୟ ମହିଳା କମଲା ହ୍ୟାରିସ୍‌ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପସନ୍ଦ କରନ୍ତି ବୋଲି ଘୋଷଣା କରିଛନ୍ତି। ବିଡେନଙ୍କ ଏହି ଘୋଷଣା ଏବେ ଆମେରିକା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି।ବିଡେନଙ୍କ ଘୋଷଣା ପରେପରେ ଆମେରିକୀୟ ରାଜନେତାଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଏହାକୁ ସ୍ୱାଗତ କରିଛନ୍ତି। ଏକ ସାକ୍ଷାତକାରରେ ଚିକାଗୋ ମେୟର ଲୋରୀ ଲାଇଟ୍‌ଫୁଟ ପ୍ରାଇମଟାଇମ୍‌ ଟେଲିଭିଜନକୁ ସାକ୍ଷାତକାରରେ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି। ସେହିପରି ଓବାମାଙ୍କ ଜଷ୍ଟିସ୍ ଡିପାର୍ଟମେଣ୍ଟର ସିଭିଲ ରାଇଟସ୍‌ ବିଭାଗ ପୂର୍ବତନ ମୁଖ୍ୟ ବିନିତା ଗୁପ୍ତା ଟ୍ୱିଟ୍‌ କରି ‘ମିଛ କହୁନି ..ଆନନ୍ଦାଶ୍ରୁ ଝରୁଛି’ ବୋଲି ଉଲ୍ଲେଖ କରିଛନ୍ତି।ହ୍ୟାରିସ ଜଣେ ଅଶ୍ୱେତ ଓ ଭାରତୀୟ ଆମେରିକୀୟ ମହିଳା। ଦେଶର ପ୍ରମୁଖ ପାର୍ଟିରୁ ତାଙ୍କୁ ପ୍ରାର୍ଥୀ କରାଯିବା ସ୍ୱତଃ ଇତିହାସ ସୃଷ୍ଟି କରିଛି। ଦି ଲିଙ୍କନ ପ୍ରୋଜେକ୍ଟର ସହ ସଂସ୍ଥାପକ ଷ୍ଟିଭ ସ୍ମିଟ୍‌ ଏନବିସିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଯିବା ପରେ ଆମେରିକାର ନବ ଉନ୍ମଷ କରିବେ ଏହି ଟିମ୍‌ । ଏମାନେ କେବଳ ଚତୁର ନୁହନ୍ତି ଦକ୍ଷ ଓ ଧୁରନ୍ଦର ବୋଲି କହିଛନ୍ତି ସ୍ମିଟ୍‌।ସେହିପରି କମଲା ହ୍ୟାରିସ୍‌ଙ୍କ ଭଉଣୀ ମାୟା ହ୍ୟାରିସ୍‌ ତାଙ୍କ ମାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ଯେଉଁ ପର୍ଯ୍ୟନ୍ତ ଆମ ମାଙ୍କୁ ଜାଣି ନାହାନ୍ତି ସେ ପର୍ଯ୍ୟନ୍ତ କେହି କମଲାଙ୍କୁ ଜାଣିପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ମା କର୍କଟ ଗବେଷିକା ଥିଲେ ଓ ସେ ଭାରତୀୟ । ସୂଚନା ଯୋଗ୍ୟ ଯେ ୫୫ ବର୍ଷ ବୟସ୍କା କମଲା ହ୍ୟାରିସ୍‌ ଭାଇସ ପ୍ରେସିଡେଣ୍ଟ ପଦବୀ ଲାଗି ଦଳରେ ଏବେ ଶୀର୍ଷଦାବିଦାର।

Leave a Reply

Your email address will not be published. Required fields are marked *